Home Breaking News ଆଦିମ ଜନଜାତିମାନଙ୍କୁ ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ, “ଆସନ୍ତା ୫ଦିନ ଭିତରେ ୧୦୦%ଟୀକାକରଣ କରାଯିବ”

ଆଦିମ ଜନଜାତିମାନଙ୍କୁ ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ, “ଆସନ୍ତା ୫ଦିନ ଭିତରେ ୧୦୦%ଟୀକାକରଣ କରାଯିବ”

by Times One Odia
Share with
     
 
 
   

ରାୟଗଡ-.୧୯/୦୧-(ଧନେଶ୍ବର ରାଉତ)ରାୟଗଡ ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରାଙ୍କୁ ଶହେ ଶତକଡ଼ା ଟୀକାକରଣ ନିମନ୍ତେ ଆଜି ଏକ ସ୍ୱତନ୍ତ୍ର ବୈଠକ ଭର୍ଛୁଆଲ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଆଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ମୁଖ୍ୟତଃ ଜିଲ୍ଲାର କଲ୍ୟାଣସିଂପୁରର , ବିଷମ କଟକ,ମୁନିଗୁଡା ଏବଂ ଗୁଣପୁର ବ୍ଲକରେ ବସବାସ କରୁଥିବା ଆଦିମଜନଜାତି ଆସନ୍ତା ୫ଦିନ ମଧ୍ୟରେ ସମ୍ପୁର୍ଣ ଟୀକାକରଣ କରାଯିବ l ଏହି ଆଞ୍ଚଲରେ ବସବାସ କରୁଥିବା ଅଣଆଦିମଜନଜାତିଙ୍କୁ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଟୀକାକରଣ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି l ଦ୍ଵିତୀୟ ଡୋଜ଼ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ଟୀକାକରଣ କରିବାକୁ ଜିଲ୍ଳାପାଳ କହିଛନ୍ତି l ପ୍ରଥମ ଡୋଜ ସମସ୍ତଙ୍କୁ ଦିଆଯିବା ସହ ୧୫-୧୮ବର୍ଷର ପିଲାମାନଙ୍କୁ ମଧ୍ଯ ଦିଆଯିବ l ଏଥିପାଇଁ ସଂପୃକ୍ତ ବ୍ଲକ ବିଡ଼ିଓ,ମେଡିକାଲ ଅଫିସର ମାନେ ବୈଠକ କରି ପଦକ୍ଷେପ ନେବାକୁ ଜିଲ୍ଳାପାଳ କହିଛନ୍ତି l
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ,ପିଏ ଆଇଟିଡିଏ,ରାୟଗଡ, ଗୁଣପୁର,ଡ଼ିପିଏମ , ଏବଂ ସଂପୃକ୍ତ ବ୍ଲକର ବିଡ଼ିଓ ମାନେ ,ସ୍ୱତନ୍ତ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ l

related posts

Leave a Comment