Home Breaking News ଫୁଲବାଣୀରେ କଂଗ୍ରେସର ପାର୍ଥୀ ପତ୍ର ଦାଖଲ

ଫୁଲବାଣୀରେ କଂଗ୍ରେସର ପାର୍ଥୀ ପତ୍ର ଦାଖଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ତ୍ରି ସ୍ୱରୀୟ ପଂଚାୟତ ରାଜ ନିର୍ବାଚନ ର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲାବେଳେ ପାର୍ଥିମାନେ ନାମାଙ୍କନ ପତ୍ର ଦାଖଲ କରିବାମଧ୍ୟ ଆରମ୍ଭ କରିଦେଇଛନ୍ତି| କନ୍ଧମାଳ ଜିଲ୍ଲା ଫୁଲବାଣୀ ଉପଜିଲାପାଳ ନିକଟରେ ଆଜି ଜିଲା କଂଗ୍ରେସ ପକ୍ଷରୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀର 5ଟି ଯୋନରୁ ପାର୍ଥିମାନେ ନିଜ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି। ଖଜୁରିପଡା 4 ନ ଜୋନ ରୁ ଚନ୍ଦ୍ରା ବେହେରା,3 ନ ରୁ ସ୍ୱପ୍ନା ରାଣୀ ମଲ୍ଲିକ,12 ନ ଯୋନ ରୁ ଅଙ୍ଗଦ ଦିଗଲ, 13 ନ ଯୋନ ରୁ ପ୍ରଭାତ କୁମାର ବେହେରା, 14 ନ ଯୋନ ରୁ ଶିବାନି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ବିଜେଡି ପକ୍ଷରୁ ଆଜି ବାଲି ଗୁଡା ରେ ନାମାଙ୍କନ ଦାଖଲ କରିଛନ୍ତି। କଂଗ୍ରେସ ଜିଲା ସଭାପତି ଅନାମ ନାୟକ ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ଓ ବିଜେପି ସରକl ର ଙ୍କ ଦୁର୍ନୀତି ଓ ମିଥ୍ୟା ପ୍ରତିଶୃତି ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଦରଦାମ ସହିତ ପେଟ୍ରୋଲ, ଡିଜେ ଲ ମୂଲ୍ୟ ବୃଦ୍ଧିରେ ସାଧାରଣ ଗରିବ ଲୋକ ପେଷି ହୋଇଗଲେଣି। ଏହି ସବୁକୁ ନେଇ ଭୋଟର ମାନଙ୍କ ପାଖକୁ ଯିବୁ। ବିଜେଡି ପକ୍ଷରୁ ଆଜି ବାଲିଗୁଡା ରେ ପାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ 20 ଓ 21 ରେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଜିଲାରେ 18 ତାରିଖସୁଧ 350 ଜଣ ୱାର୍ଡ ମେମ୍ବର,88 ଜଣ ସରପଞ୍ଚ ଓ 58ଜଣ ସମିତି ସଭ୍ୟ/ସଭ୍ୟା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫୁଲବାଣୀ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟ ଳୟ ଠାରେ 5 ଟି ଜିଲ୍ଲା ପରିଷଦ ଜୋନ ଓ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ 13ଟି ଯୋନ ପାଇଁ ପାର୍ଥିପତ୍ର ଦାଖଲ ପ୍ରକିୟା ଜରିରହିଛି।

related posts

Leave a Comment