Home Breaking News ଆଜି ବିଜୁ ଜନତା ଦଳର ଏଗାର ପ୍ରାଥୀଙ୍କ ଜିଲ୍ଲାପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ, ଉପଜିଲ୍ଲାପାଳ ଜେ ସୋନାଲଙ୍କ ପ୍ରାଥୀ ପତ୍ର ଯାଞ୍ଚ

ଆଜି ବିଜୁ ଜନତା ଦଳର ଏଗାର ପ୍ରାଥୀଙ୍କ ଜିଲ୍ଲାପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ, ଉପଜିଲ୍ଲାପାଳ ଜେ ସୋନାଲଙ୍କ ପ୍ରାଥୀ ପତ୍ର ଯାଞ୍ଚ

by Times One Odia
Share with
     
 
 
   

ରାୟଗଡ-୧୯/୦୧-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ଗୁଣୁପୁର ଉଅପଖଣ୍ଡ ରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ତୃତୀୟ ଦିନରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବିଜୁ ଜନତା ଦଳର ଏଗାର ଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରମୁଖ ବିଜେଡି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କ ଠାରେ ଦାଖଲ କରିଛନ୍ତି । ଅନ୍ୟ ପଟେ ଅନ୍ୟ ଦଳ ରୁ ମଧ୍ୟ କିଛି ପ୍ରାଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ର ଦଳୀୟ ପ୍ରାର୍ଥୀ ହୋଇ ଗଗନ ଆଚାର୍ଯ୍ୟ ( ରାମନାଗୁଡା – କ ), ସୁରେଶ କୁମାର ଗମାଙ୍ଗ (ରାମନାଗୁଡା -ଖ) , ଅଶ୍ୱିନୀ ଗମାଙ୍ଗ (ଗୁଣପୁର -କ), ରଶ୍ମିରେଖା ଶତପଥୀ (ଗୁଣପୁର -ଖ ) , ରେଜିନ ଶଵର (ପଦ୍ମପୁର -କ) , ରଵି ନାରାୟଣ ଆଚାର୍ଯ୍ୟ (ପଦ୍ମପୁର -ଖ) ପ୍ରମୁଖ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ସେମାନଙ୍କ ବିଜୟ ସୁନିଶ୍ଚିତ ବୋଲି ଜଣାଇଛନ୍ତି । ଗୁଣୁପୁର ଏବଂ ବିଷମକଟକ ନିର୍ବାଚନ ମଣ୍ଡଳୀ ର ଗୁଣୁପୁର ରୁ ଦୁଇ ଜଣ ପଦ୍ମପୁର ରୁ ଦୁଇ, ଗୁଡାରି ରୁ ଜଣେ, ରାମନାଗୁଡ଼ା ରୁ ଦୁଇ ଜଣ ଚନ୍ଦ୍ରପୁର ରୁ ଜଣେ ବିଷମକଟକ ରୁ ଜଣେ ଏବଂ ମୁନିଗୁଡା ରୁ ଦୁଇ ଜଣ ବିଜୁ ଜନତା ଦଳ ରୁ ଜିଲ୍ଲାପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନବୀନ ପଟନାୟକ ଙ୍କ ସ୍ୱଚ୍ଛ ଶାସନ ଏବଂ ବିଭିନ୍ନ ଜନହିତକର ଯୋଜନା କୁ ଦୃଷ୍ଟିରେ ରଖି ସେମାନଙ୍କ ବିଜୟ ନିଶ୍ଚିତ ବୋଲି ପ୍ରାଥୀ ମାନେ ଦୃଢ଼କ୍ତି ପ୍ରକାଶ କରିଛନ୍ତି । ଠିକ୍ ସେହିପରି ଅନ୍ୟାନ୍ୟ ଦଳରୁ ଦାପାନ ଶଵର,ଇଗ୍ନାନ ଗମାଙ୍ଗ, ଶ୍ରୀଧର ଶଵର , ରାଜେଶ୍ଵରୀ ଶଵର (ଗୁଣପୁର -କ) କୁନି ନିମାଲା , ଵିମସ ଶଵର (ଗୁଣପୁର -ଖ), ଦେଵେନ୍ଦ୍ର ପଣ୍ଡା , ରଵି ନାରାୟଣ ଆଚାର୍ଯ୍ୟ , ଵିନତି କାଡ୍ରାକା , ଜଗଦିଶ୍ଵର ଶିବରାତ୍ରି ,ଅନିଲ କୁମାର ଚୈ।ଧୁରି (ପଦ୍ମପୁର – ଖ) , ଡାଗିନ ଶଵର , ରେଣୁକା ଗମାଙ୍ଗ , ସବିତା ଗମାଙ୍ଗ (ପଦ୍ମପୁର -କ), ବନମାଳୀ ଗମାଙ୍ଗ , ସୁରେଶ କୁମାର ଗମାଙ୍ଗ (ରାମନାଗୁଡା -ଖ), ଶଶ୍ମିତା ନାୟକ , ସନ୍ତୋଷ ସୁନା (ମୁନିଗୁଡା -କ), ମାଧବ କନ୍ଧପାଣି (ମୁନିଗୁଡା -ଖ), ସମ୍ବରା ଶଵର (ଗୁଡାରି) , ରିତା ହିକ୍କା (ବିଷମକଟକ -କ) , ଗଣପତି ହିକ୍କା ବିଷମକଟକ -ଖ) ଜୋନରୁ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୋଭିଡ ଗାଇଡ଼ ଲାଇନ ମାନି ପ୍ରାଥୀ ମାନେ ନାମାଙ୍କନ ପତ୍ର ଦାଖଲ କରୁଥିବା ବେଳେ ନିର୍ବାଚନ ର ସମସ୍ତ ପ୍ରକ୍ରିୟା କୁ ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ ତଦାରଖ କରୁଛନ୍ତି।

related posts

Leave a Comment