Home Breaking News ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି

by Times One Odia
Share with
     
 
 
   

ଗତ ବର୍ଷ ଭଳି ଏଥର ମଧ୍ୟ କରୋନା ମହାମାରୀ ପ୍ରକୋପ ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ। ଏ ନେଇ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର। ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ  ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କେହି ବି ସରକାରୀ ସଫଳତାର କଥା କହିବେ ନାହିଁ। କେବଳ ରାଷ୍ଟ୍ର, ସ୍ଵାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ସଂପର୍କରେ ନେତା, ମନ୍ତ୍ରୀ ଭାଷଣ ଦେବେ।

ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଏଥର ଗଣତନ୍ତ୍ର ଦିବସ ସମାରୋହରରେ କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ହୋଇ ପାରିବେ ନାହିଁ। ପରେଡ୍‌ରେ ସାମିଲ୍ ହୋଇ ପାରିବ ନାହିଁ ସରକାରୀ ଯୋଜନା ଏବଂ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ। କିନ୍ତୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ହୋଇ ପାରିବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଉଲ୍ଲେଖନୀୟ ଗତ ବର୍ଷ ମଧ୍ୟ କରୋନାର ଦ୍ଵିତୀୟ ଲହରରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

related posts

Leave a Comment