Share with
ରାୟଗଡ଼ା -୧୮/୦୧-(ଧନେଶ୍ବର ରାଉତ)-
ରାୟଗଡ଼ା ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଆଜି ଦିନ ତୋମାମ୍ 10 ଘଣ୍ଟିକା ସମୟ ରେ ରାୟଗଡ଼ା ର ମୁଖ୍ୟବଜ଼ାର ରେ ଥିବା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଡୈଲୀ ମାର୍କେଟ ଯିବା ରାସ୍ତାରେ ଥିବା ଏକ ଘର | ସେହି ଘର ପଛ ପଟରୁ କୈାଣସି ଦୁର୍ବୁତ୍ତ ଆସି ଘର ଭିତରକୁ ପଶି ମହିଳାଙ୍କ ମୁଁହରେ ଲଙ୍କା ଗୁଣ୍ଡ ଫିଙ୍ଗି ବେକରେ ପିନ୍ଧ ଥିବା ୧୫ଗ୍ରାମର ସୁନାର ମଙ୍ଗଳ ସୂତ୍ର ଝାମ୍ପି ନେଇ ଖସି ପଳାଇଥିବା ସୂଚନା ମିଳିଛି। ସୂଚନା ପାଇ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି | ଏହିପରି ଚୋରୀ ଡକାୟତ ଦିନ ତୋମାମ୍ ରେ ଖଲାମ୍ ଖୋଲା ହେଉଥିବା ବେଳେ
ରାୟଗଡା ଅଞ୍ଚଳ ରେ ଦିନକୁ ଦିନ ଏ ଭଳି ଘଟଣା ବାରମ୍ବାର ଘଟୁଥିବାରୁ ପୋଲିସ ଉପରେ ଜଣସାଧାରଙ୍କ ଭରୋସା ତୁଟି ଯାଉଥିବା ଦେଖାଦେଉଛି ।