Share with
ନୂଆଦିଲ୍ଲୀ,୧୮/୦୧ INS ରଣବୀରରେ ବିସ୍ଫୋରଣ ଘଟି ୩ ଜଣ ଯବାନ ସହିଦ । ମୁମ୍ୱାଇ ଡକୟାର୍ଡରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଏଇଏନଏସ ରଣବୀନର ଇଣ୍ଟରନାଲ କମ୍ପାର୍ଟମେଣ୍ଟରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣରେ ଜାହାଜର କୌଣସି ବଡ଼ ଧରଣ କ୍ଷତି ହୋଇ ନଥିବା ଜଣାପଡିଛି ।
ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୧ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଜାହାଜରେ ଥିବା କ୍ରୁ ମେମ୍ୱର ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଇଷ୍ଟର୍ନ ନାଭାଲ୍ କମାଣ୍ଡରୁ INS ରଣବୀରକୁ କ୍ରସ କୋଷ୍ଟ ଅପରେସନାଲରେ ନିୟୋଜିତ କରାଯାଇଥିଲା । ଖୁବ ଶୀଘ୍ର ଏହା ନିଜରର ବେସକୁ ଫେରିଥାନ୍ତି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ସୂତ୍ରରୁ ଜଣାପଡିଛି।