Home Breaking News କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ୨୯୬ରେ ପହଞ୍ଚିଲା, ଆଜି ୫୧

କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ୨୯୬ରେ ପହଞ୍ଚିଲା, ଆଜି ୫୧

by Times One Odia
Share with
     
 
 
   

ଫୁଲ ବାଣୀ-୧୮/୧(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ଆଜି ମୋଟ ୫୧ ଜଣ କରେ । ନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜିର ୫୧କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ୨୯୬ରେ ପହଞ୍ଚିଛି । କୋଭିଡ଼ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁପ୍ରତି ବ୍ଲକ ସଦରମହକୁମାରେ କୋଭିଡ଼ କେୟାର ସେଣ୍ଟର, ଓ ଜିଲା ସଦରମହକୁମାଠାରେ କୋଭିଡ଼ହସ୍ପିଟାଲ ପ୍ରତିଷ୍ଠା ହୋଇଛି ।
ଜିଲ୍ଲାରେ ଆଜି ମୋଟ ୫୧ଜଣ ପଜିଟିଭ ମଧ୍ୟର ବାଲିଗୁଡ଼ା ସହରରୁ ୨ ଓ ବ୍ଲକ ରୁ ୩ଜଣ.ଚକାପାଦ ବ୍ଳକରୁ ୬ଜଣ, ଦାରିଙ୍ଗବାଡିରୁ ୧. ,ଜିଉଦୟଗିରିରୁ ୫,କ,ନୂଆଗାଁ ୪.ଖଜୁରୀପଡ଼ାରୁ ୧,କୋଟଗଡ ୫,ଫୁଲବାଣୀ ବ୍ଳକ ୩,ଫୁଲବାଣୀ ସହରର ୧୮ଜଣ.ରାଇକିଆ ବ୍ଳକ ୧ଜଣ, ତୁମୁଡିବନ୍ଧ ୧, ଟିକାବାଲି ୪ଓ କନ୍ଧମାଳର ବାହାରେ ୩ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି ।
ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ରକ୍ଷାକରିବା , ସାନିଟାଇଜରରେହାତ ଧୋଇବା, କ।ମ ନଥିଲେ ବାହାରେ ନ ବୁଲିବାଲାଗି ପରାମର୍ଶ ଦିଆଯାଇଛି।
ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ପ୍ରଶାସନ ପକ୍ଷରୁ ନିୟମିତ ଚେକିଙ୍ଗ ଚାଲିଛି । ରାତ୍ରିକାଳିନ କର୍ଫ୍ୟୁ କୁକଡ଼ାକଡ଼ି କରାଯାଇ ଛି । କେ ।ଭିଡ଼କଟକଣା ପାଇଁ ବାହାଘର,ବ୍ରତ, ସଂସ୍କୃତିକ କାର୍ଯ୍ୟ, ମିଟିଙ୍ଗ ଆଦି ରେ ମଧ୍ୟ ବାରଣ କରାଯାଇଛି।

related posts

Leave a Comment