Share with
କଟକ: ୧୨ ଦିନ ପରେ ଉଦ୍ଧାର ହୋଇଥିବା ଶୁଆକୁ ନେଇଯାଇଛି ବନବିଭାଗ । ଏଥିପାଇଁ କଟକ ତୁଳସୀପୁର ମଧୁସୂଦନ ନଗରସ୍ଥିତ ପ୍ରଫେସର ସସ୍ମିତା ବେହେରାଙ୍କ ଘରେ ପହଞ୍ଚି ବନବିଭାଗ ଟିମ୍ ନେଇଯାଇଛନ୍ତି। ତେବେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଘରେ ଶୁଆ ରଖିବା ବେଆଇନ । ତେଣୁ ଶୁଆକୁ ନେବା ପାଇଁ ବନବିଭାଗ କହୁଥିବା ବେଳେ କୋକୋକୁ ଛାଡିବା ପାଇଁ ନାରାଜ ପ୍ରଫେସର ସସ୍ମିତା ବେହେରା । କିଛି ଦିନ ତଳୁ ନିଖୋଜ ହୋଇଯାଇଥିବା ଶୁଆ ‘କୋକୋ’କୁ ଭୁବନେଶ୍ୱର କେଶୁରା କୁଆଖାଇ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା । ବର୍ଷାରେ ଓଦା ହୋଇ ଆହତ ହୋଇଥିବା ଶୁଆକୁ ପାଇ ଏହି ଅଂଚଳର ମନୋଜ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ରଖିଥିଲେ ।