ନୂଆପଡା(ମୁକେଶ କୁମାର ଦଣ୍ଡସେନା): ଚିଟ ଫଣ୍ଡ (ପଞ୍ଜି ସ୍କିମ୍) କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସରକାର ଟଙ୍କା ଫେରସ୍ତ ପ୍ରତିଶୃତି ଦେଇ ମଧ୍ଯ ଜମକାରୀଙ୍କୁ ଟଙ୍କା ଫେରସ୍ତ ନଦେଇ ଜମାକାରୀଙ୍କ ଟଙ୍କା ସରକାର ଖାଇ ଯାଇଛନ୍ତି।ତଦନ୍ତ କମିଶନଙ୍କ ୭ ପର୍ଯ୍ଯାୟର ସୁପାରିଶରେ ତହସିଲ ଜରିଆରେ ଜାଞ୍ଚ ସରିଥିଵା ସମସ୍ତ ଜମାକାରୀଙ୍କୁ ଵି ଟଙ୍କା ନଦେଇ ଅଳ୍ପ କେତେକ କ୍ଷୁଦ୍ର ଜମାକାରୀଙ୍କୁ ୨୦୧୯ ନିର୍ଵାଚନ ପୁର୍ଵରୁ ଟଙ୍କା ଫେରସ୍ତ ପରେ ଵାକି ଟଙ୍କା ସରକାର ଖାଇଯାଇଛନ୍ତି।ତଦନ୍ତ କମିଶନଙ୍କ ସୁପାରିଶ ମୂଳେ ତହସିଲ ଜରିଆରେ ଜାଞ୍ଚ ସରିଥିଵା ସମସ୍ତ ଜମାକାରୀଙ୍କୁ ଅଵିଳମ୍ଵେ ଟଙ୍କା ଫେରସ୍ତ,ଵାକି ଚିହ୍ନଟ ହୋଇନଥିଵା ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ ଓ ଜାଞ୍ଚ ସହ ଟଙ୍କା ଫେରସ୍ତ, ସାହାରା ଭଳି ଅନ୍ଯାନ୍ଯ ସଂସ୍ଥା ଯେଉଁମାନେ ଜମାଟଙ୍କା ନେଉଛନ୍ତି ମାତ୍ର ପରିପକ୍ଵ ରାଶି ଫେରାଉ ନାହାନ୍ତି,ସେହି ସମସ୍ତ ଜମାକାରୀଙ୍କୁ ପରିପକ୍ଵରାଶି ଫେରସ୍ତ ପର୍ଯ୍ଯନ୍ତ ଜମାରାଶି ଆଦାୟ ଵନ୍ଦ ରଖିଵା ଦାଵିରେ ଆଜି ରାଜ୍ଯ ଵ୍ଯାପୀ ଜିଲ୍ଲା ସ୍ତରରେ “ଡିଜିଟାଲ ଜମାକାରୀ ଗଣ ସତ୍ଯାଗ୍ରହ” କୋଭିଡ୍ ସତର୍କତା ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଇତିମଧ୍ଯରେ ମହାମାରୀ କରୋନା ଓ ଏହାର ତୃତୀୟ ରୂପ ଓମିକ୍ରନ୍ ସଂକ୍ରମଣ ଉପରମୁହାଁ ହୋଇଥିଵାରୁ ଆଜି ଦିନ ୧୧ଟା ୩୦ରୁ ପ୍ରତ୍ଯେକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଞ୍ଚର ଵ୍ଯାନର ପ୍ଲାକାର୍ଡ ଓ ସ୍ଲୋଗାନ୍ ସହ ଭର୍ଚୁଆଲ ମୁଡରେ କୋଭିଡ୍ ସତର୍କତା ସହ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରତଙ୍କ ମିଳିତ ମଞ୍ଚ ନେତୃତ୍ଵରେ “ଡିଜିଟାଲ ଜମାକାରୀ ଗଣ ସତ୍ଯାଗ୍ରହ” ଅନୁଷ୍ଠିତ ହୋଇ ଯାଇଛି।ସଂକ୍ରମଣ ତଳମୁହାଁ ହେଲେ ସମୂହ ଜମାକାରୀ “ଜମାକାରୀ ଗଣ ସତ୍ଯାଗ୍ରହ”ରେ ଟଙ୍କା ଫେରସ୍ତ ପର୍ଯ୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ଦିଵା ରାତ୍ର ନିଜ ନିଜ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଵସି ରହିଵେ। ସୁଚନା ଯୋଗ୍ଯ ଯେ ସରକାରୀ ପ୍ରୋତ୍ସାହନ ନେଇ ଅସାଧୁ ସଂସ୍ଥାମାନେ ଵିଭିନ୍ନ ଲୋଭନୀୟ ସ୍କିମ ଦେଖାଇ ଅଧିକ ଲାଭ ଓ ଲୋଭର ପ୍ରଲୋଭନ ଦେଇ ଜମାଟଙ୍କା ନେଇ ଉଭାନ୍ ହେଲେ। ଜମାକାରୀ ମିଳିତ ମଞ୍ଚ ନେତୃତ୍ଵରେ ଵିଭିନ୍ନ ପର୍ଯ୍ଯାୟରେ ଜମାକାରୀ ଆନ୍ଦୋଳନ ହେଵାରୁ ସରକାର ଵିଭିନ୍ନ ପ୍ରକାର ତଦନ୍ତ ଘୋଷଣା କଲେ, କର୍ପସ ପାଣ୍ଠି ଗଠନ କରି ଟଙ୍କା ଫେରସ୍ତ ପ୍ରତିଶୃତି ଦେଲେ।ଜମାକାରୀମାନେ ନିଜ ଜମାରାଶି ପ୍ରମାଣ ସହ ଟଙ୍କା ଦାଵି କରିଵା ପାଇଁ ତଦନ୍ତ କମିଶନ ସତ୍ଯପାଠ ଆହ୍ଵାନ କଲେ। କ୍ଷତିଗ୍ରସ୍ତ ଜମାକାରୀ ଖର୍ଚ୍ଚାନ୍ତ ହୋଇ କୋର୍ଟଫି ଦେଇ ରେଜିଷ୍ଟ୍ରି ଡାକ ଯୋଗେ ସତ୍ଯପାଠ ପଠାଇଲେ,ତଦନ୍ତ କମିଶନ ୭ଟି ପର୍ଯ୍ଯାୟରେ ଆପାତତଃ ୫ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ସୁପାରିଶ କରିଥିଲେ ଓ ସେଥିମଧ୍ଯରୁ ସ୍ଵଳ୍ପ କେତେକଙ୍କୁ ସରକାର ୨୦୧୯ ନିର୍ଵାଚନ ପୁର୍ଵରୁ ଟଙ୍କା ଫେରସ୍ତ ଦେଇ ଵାକି ଜମାକାରୀଙ୍କୁ ଟଙ୍କା ଫେରାଉ ନାହାନ୍ତି।ଵାକି ୨୦୧୮-୧୯ରେ ନେଇଥିଵା ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ଯପାଠର ଲଫାପା ଖୋଲିଵା ପୁର୍ଵରୁ ସରକାର ତଦନ୍ତ କମିଶନ ଵନ୍ଦ କରିଦେଲେ। ସରକାର ତାଙ୍କ ତହଵିଲରୁ ଟଙ୍କା ଦେଉନାହାନ୍ତି।ଜମାକାରୀଙ୍କ ଜମାଟଙ୍କାରୁ କମ୍ପାନୀମାନେ କରିଥିଵା ଵ୍ଯାଙ୍କ ଆକାଉଣ୍ଟ ଜଵଦରୁ ଶହ ଶହ କୋଟି ଟଙ୍କା ସରକାର ରଖିଛନ୍ତି।କମ୍ପାନୀମାନେ ଜମାକାରୀଙ୍କ ଟଙ୍କା ଵିନିଯୋଗ କରି କରିଥିଵା ହଜାର ହଜାରକୋଟି ଟଙ୍କାର ସମ୍ପତ୍ତି, ହଜାର ହଜାର ଏକର ଜମି ଜମା, ଶହ ଶହ କୋଠା-ବାଡି,ଗାଡି -ଘୋଡା, ଟିଭି ସଂସ୍ଥା ସମେତ ଵିଭିନ୍ନ ଶିଳ୍ପ ସଂସ୍ଥା ଜଵଦ କରି ସରକାର ସେଥିରୁ କିଛି ସମ୍ପତ୍ତି ଵିକ୍ରୀକରି ନିଜ ପାଖରେ କୋଟି କୋଟି ଟଙ୍କା ରଖି ଛନ୍ତି।କିନ୍ତୁ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଉ ନାହାନ୍ତି।ସେତେଵେଳେ ଠକାଇଥିଲେ ଅସାଧୁ କମ୍ପାନୀ, ଏଵେ ସରକାର ହିଁ ସଵୁଠୁ ଵଡ ମିଥ୍ଯଵାଦୀ,ଅସାଧୁ ଓ ଠକ ଭୁମିକା ନେଉଛନ୍ତି ଵୋଲି ଆର୍ଥିକ ସଂସ୍ଥାମାନଙ୍କଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ନେତୃତ୍ଵରେ ଅନୁଷ୍ଠିତ ଆଜି “ଡିଜିଟାଲ ଜମାକାରୀ ଗଣ ସତ୍ଯାଗ୍ରହ”ରେ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଶାସକ ଵର୍ଗଙ୍କ ଏହି ଲୁଣ୍ଠନ ଵିରୁଦ୍ଧରେ ଵ୍ଯାପକ ସତ୍ଯାଗ୍ରହ ମାଧ୍ଯମରେ ଲୋକ ଲୋଚନକୁ ନେଵାପାଇଁ ୫୦ ଲକ୍ଷରୁ ଅଧିକ ଜମାକାରୀ ପରିଵାର ସଂକଳ୍ପ ନେଲେଣି ଵୋଲି ମଞ୍ଚ ପକ୍ଷରୁ କୁହାଯାଇଛି।ଆଜି ନୂଆପଡ଼ା ଜିଲ୍ଲା ର ଗଣପତ୍ ରାଉତ, କମଳ ରାଉତ,ଜ୍ଞାନରଞ୍ଜନ ସାହୁ, ତିରିତ ରାମ ରଣା, ରବି ରଣା, ଈଶ୍ୱର ସାହୁ,ହରପ୍ରସାଦ ମାଝୀ, ବଳରାମ ସୋନୀ ପ୍ରମୁଖଙ୍କ ନେତୃତ୍ୱରେ “ଡିଜିଟାଲ ଜମାକାରୀ ଗଣ ସତ୍ଯାଗ୍ରହ ଅନୁଷ୍ଠିତ ହୋଇ ଯାଇଛି।
ଚିଟଫଣ୍ଡ ଟଙ୍କା ଫେରସ୍ତ ଦାଵିରେ କରୋନା ସଂକ୍ରମଣ ଉପର ମୁହାଁ ଥିଵା ସତ୍ତ୍ଵେ ରାଜ୍ଯ ଵ୍ଯାପୀ ଜିଲ୍ଲା ସ୍ତରରେ ଜମାକାରୀ ସତ୍ଯାଗ୍ରହ ଅନୁଷ୍ଠିତ
Share with
previous post