Home Breaking News ସୁବର୍ଣ୍ଣପୁରରେ 73 ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁରରେ 73 ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

by Times One Odia
Share with
     
 
 
   

ସୁବର୍ଣ୍ଣପୁର -ଆଜି 73ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ସାଧାରଣତନ୍ତ୍ର ଦିବସ କୁ ସରକାରଙ୍କ କୋଭିଡ ନିୟମାବଳି ଅନୁଯାୟୀ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା I ଏହି ବର୍ଷ ମଧ୍ୟ କୋଭିଡ ନିୟମାବଳି ଅନୁଯାୟୀ କେବଳ ପୋଲିସ ବାହିନୀ ହିଁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବେ,କୌଣସି ସ୍କୁଲ ବା କଲେଜର ଛାତ୍ର ଛାତ୍ରୀ ଅଥବା ସର୍ବସାଧାରଣଙ୍କୁ ସମାରୋହରେ ଅଂଶ ଗ୍ରହଣ କରିବା ଉପରେ ବାରଣ କରାଯାଇଛି I ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ସ୍ତରୀୟ ସମାରୋହ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ହେବ l ଏଥିରେ ସକାଳ ୮.୩୦ ରେ ମୁଖ୍ୟ ଅତିଥି ଜିଲ୍ଲାସ୍ତରୀୟ ଆନୁଷ୍ଠାନିକ ଜାତୀୟ ପତାକା କୁ ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଉଦବୋଧନ ପ୍ରଦାନ କରିବେ l ସାଧାରଣତନ୍ତ୍ର ଦିବସ ଦିନ ସହରର ବିଭିନ୍ନ ଛକ ରେ ଅବସ୍ଥାପିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରେ ପ୍ରଶାସନ ତରଫରୁ ପୁଷ୍ପ ମାଲ୍ୟ ପ୍ରଦାନ କରାଯିବ l ସମାରୋହ ଅବସରରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରବନ୍ଧ ପ୍ରତିଯୋଗିତା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହେବ l ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ୟୁଏଲ ବି ରେ ଉକ୍ତ ଦିନ କୋଭିଡ କଟକଣାରେ ଅନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ପରାମର୍ଶ ଦିଆଯାଇଛି I ପୁନଶ୍ଚ ସମାରୋହ ସ୍ଥଳ କୁ ସର୍ବସାଧାରଣ ତଥା ସ୍କୁଲ ଓ କଲେଜ ଛାତ୍ର /ଛାତ୍ରୀ ଙ୍କ ପ୍ରବେଶ ବାରଣ କରାଯାଇଛି l ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ନିଶି ପୁନମ ମିଞ୍ଜ,ପ୍ରକଳ୍ପ ନିର୍ଦ୍ଦେଶକ ଡି ଆର ଡି ଏ -ଡୋଳାମଣି ପଟେଲ ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଏ ଡି ଏମ ଓ ଡ. ପ୍ରଦୀପ କୁମାର ଗୁରୁ, କାର୍ଯ୍ୟନିର୍ବହୀ ଅଧିକାରୀ, ପୌର ପରିଷଦ ସୋନପୁର, ସୂର୍ଯ୍ଯାଂଶୁ ରୁଟ, ସମେତ ଆର ଆଇ ଅଫ ପୋଲିସ, ଅଗ୍ନିଶମ ଅଧିକାରୀ, ସହକାରୀ ବଣ ସଂରକ୍ଷକ, ଏ ଡି ଏଚ, ଡି ଇ ଓ କାର୍ଯ୍ୟାଳୟ ର କର୍ମଚାରୀ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ବ ସହାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ I ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା I

related posts

Leave a Comment