Home Breaking News ନାମାଙ୍କନପତ୍ର ଦାଖଲ ସହିତ ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ଉଷ୍ମତା ବଢ଼ିଲା

ନାମାଙ୍କନପତ୍ର ଦାଖଲ ସହିତ ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ଉଷ୍ମତା ବଢ଼ିଲା

by Times One Odia
Share with
     
 
 
   

ସୁବର୍ଣ୍ଣପୁର,, ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି I 17 ତାରିଖରୁ 21 ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ I ସରକାରଙ୍କ କୋଭିଡ
ମାର୍ଗଦର୍ଷିକା ପାଳନକରି ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ରେ ନାମାଙ୍କନପତ୍ର ଦାଖଲ ଆରମ୍ଭ କରିଦେଇଛନ୍ତି Iପ୍ରଥମ ଦିନରେ ସୋନପୁର ବ୍ଲକ ରେ 11 ଜଣ ୱାର୍ଡମେମ୍ବର ଏବଂ 1 ଜଣ ପଞ୍ଚାୟତ ସମିତି ସଭ୍ଯ ,ଉଲୁଣ୍ଡା ବ୍ଲକରେ 6 ଜଣ ୱାର୍ଡମେମ୍ବର, ବୀରମହାରାଜପୁର ବ୍ଲକ ରେ 7 ଜଣ ୱାର୍ଡମେମ୍ବର ଓ 1 ଜଣ ସମିତି ସଭ୍ଯ, ଡୁଙ୍ଗୁରିପାଲି ବ୍ଲକ ରେ 6 ଜଣ ୱାର୍ଡମେମ୍ବର,ତରଭା ବ୍ଲକ ରେ 7 ଜଣ ୱାର୍ଡମେମ୍ବର ଓ ବିନିକା ବ୍ଲକ ରେ 12 ଜଣ ୱାର୍ଡମେମ୍ବର ଏବଂ 2 ଜଣ ସରପଞ୍ଚ ନାମାଙ୍କନପତ୍ର ଦାଖଲ କରିଛନ୍ତିl ଉଭୟ ସୋନପୁର ଏବଂ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବା ସୂଚନା ମିଳିଛି l ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ପାଇଁ କସରତ ଆରମ୍ଭ ହୋଇ ଯାଇଥିବା ବେଳେ ଜନସାଧାରଣଙ୍କ ମନରେ ମଧ୍ୟ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଛି I

related posts

Leave a Comment