ରାୟଗଡ-୧୭/୦୧-(ଧନେଶ୍ବର ରାଉତ)-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ତ ବଳଦିଆ ଗ୍ରାମରେ ଯୁବ କର୍ମୀ ସଞ୍ଜୟ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ କର୍ମୀ ଓ ଭୋଟର୍ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି ଏମାନଙ୍କ ମଧ୍ୟରୁ ଅନେକ କଂଗ୍ରେସ ଦଳରେ ରହିଥିଲେ ଓ କିଛି ନୂତନ ଭାବେ ବିଜେଡ଼ି ଦଳରେ ସାମିଲ ହେଲେ । କଂଗ୍ରେସ ଦଳ ଏତେ ବର୍ଷ ଶାସନ କରିକି ଯାହା କରି ପାରିନି ତାହା ବିଜୁ ଜନତା ଦଳ ଦ୍ବାରା ସମ୍ଭବ ହୋଇ ପାରିଛି ବୋଲି ନୂତନ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଥିବା ଯୁବ କର୍ମୀ କହିଛନ୍ତି ଅନୁଷ୍ଟିତ ଏହି ମିଶ୍ରଣ ପର୍ବ ସମୟରେ ବିଜେଡ଼ି ବ୍ଲକ ବରିଷ୍ଟ ନେତା ଏନ୍ ଧର୍ମେନ୍ଦ୍ର, ବୁଡ଼ାଗୁଡ଼ା ପଞ୍ଚାୟତର ବରିଷ୍ଟ ନେତା ବନ୍ଧୁ ପ୍ରାସ୍କା, ଗୋପୀ ବାବୁ, ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ରାଜୀବ ନାୟକ, ଡିଜିଟାଲ ସେକ୍ରେଟାରୀ ତ୍ରୀମୁଳା ଗାଣ୍ଟା, ଉପ ଛାତ୍ର ସଭାପତି ମାଲେସ କୌଶଲ୍ୟାଙ୍କ ସମେତ ବିଜେଡ଼ି ଦଳୀୟ ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
ବଳଦିଆ ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
Share with
previous post