Home Breaking News / ତାଜା ଖବର ସମାନ କାମକୁ ସମାନ ଦରମା ଦାବି କଲା ରାୟଗଡା ଜିଲ୍ଲା ଅମଲା ସଙ୍ଘ

ସମାନ କାମକୁ ସମାନ ଦରମା ଦାବି କଲା ରାୟଗଡା ଜିଲ୍ଲା ଅମଲା ସଙ୍ଘ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୫/୦୧(ଧନେଶ୍ବର ରାଉତ)-ଓଡିଶା ରାଜ୍ୟ ଅମଲା ସଙ୍ଘ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ଦରମା ଶମି କରଣ ଏବଂ ରାଜ୍ୟରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ପ୍ରଚଳନ ରେ ଦୀର୍ଘ 4 ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ସ୍ଵାନ୍ତକ ହାର ରେ ସମାନ ଦରମା କରିବାରେ ଟାଳ ଟୁଳ ନୀତି ଅଵଲଂବନ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଯୋଗ୍ୟତା ଥାଇ ରାଜ୍ୟରେ କାର୍ଯ୍ୟରତ ଥିବା ଅନ୍ୟ ବର୍ଗ ର କର୍ମଚାରୀ ଙ୍କୁ ଦରମା 9300 ଟଙ୍କା ଏବଂ ଗ୍ରେଡ଼ ପେ 4800 ଟଙ୍କା ଅମଲା ସଙ୍ଘ ପକ୍ଷରୁ ଦାବି କରାଯାଉଛି । ତେବେ ଜିଲ୍ଲାସ୍ତରୀୟ ଅମଲା ଙ୍କ ପ୍ରତି ବୈମାତୃକ ମନୋଭାବ କରାଯାଉଥିବା ଅଭିଯୋଗ ହୋଇଛି ସମାନ କାମ କୁ ସମାନ ଦରମା ପ୍ରଦାନ ରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ସଙ୍ଘ ପକ୍ଷରୁ ଜିଲ୍ଲା ସମ୍ପାଦକ ଗୋପୀନାଥ ରାଉତ ଦାବି କରିଛନ୍ତି। ସମାନ କାମକୁ ସମାନ ଦରମା ଦେବାକୁ ଅନେକ ଦିନ ହେଲା ଦାବୀ ହେଉଥିବା ବେଳେ ସରକାରଙ୍କ ଅବହେଳାକୁ ଘୋର ନିନ୍ଦା କରିଛନ୍ତି। ସେହିଭଳି ଏହି ସମସ୍ୟାକୁ ନେଇ ଏକ ଅସନ୍ତୋଷ ଦାନା ବାନ୍ଧୁଛି ଆଗକୁ ଏହା ଏକ ବଡ଼ ଆନ୍ଦୋଳନର ରୂପ ନେଇପାରେ। ତେଣୁ ଜାଗ ସରକାର ଏହି ଦାବୀ ସମୂହକୁ ବିଚାର ନିଆଯାଉ ବୋଲି ସଂଘ ମାଧ୍ୟମରେ ଅନୁରୋଧ କରିଛନ୍ତି।

related posts

Leave a Comment