Home Breaking News / ତାଜା ଖବର କନ୍ଧମାଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଲା, ଆଜି ୪୨ ଆକ୍ରାନ୍ତ ଚିହ୍ନଟ

କନ୍ଧମାଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଲା, ଆଜି ୪୨ ଆକ୍ରାନ୍ତ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ-୧୫/୧(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ଆଜି ମୋଟ ୪୨ ଜଣ କରେ । ନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜିର ୪୨କୁ ମିଶାଇ ଜିଲ୍ଲାରେ ତୃତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା୧୭୩ରେ ପହଞ୍ଚିଛି । କୋଭିଡ଼ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁପ୍ରତି ବ୍ଲକ ସଦରମହକୁମାରେ କୋଭିଡ଼ କେୟାର ସେଣ୍ଟର, ଓ ଜିଲା ସଦରମହକୁମାଠାରେ କୋଭିଡ଼ହସ୍ପିଟାଲ ପ୍ରତିଷ୍ଠା ହୋଇଛି ।
ଜିଲ୍ଲାରେ ଆଜି ମୋଟ ୪୨ଜଣ ପଜିଟିଭ ମଧ୍ୟର ବାଲିଗୁଡ଼ା ଗୁଳିମରାପଦାରୁ ଜଣେ.ବାଲିଗୁଡ଼ା ସହରରୁ ୪ଜଣ, ଦାରିଙ୍ଗବାଡିରୁ ୩,ଜିଉଦୟଗିରିରୁ ୧୦,ଫୁଲବାଣୀ ସହରର ୧୦ଜଣ.ରାଇକିଆ ବ୍ଳକ ୩ଜଣ, ତୁମୁଡିବନ୍ଧ୬, ଟିକାବାଲି ୨ଓ କନ୍ଧମାଳର ବାହାରେ ୩ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି ।
ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ରକ୍ଷାକରିବା , ସାନିଟାଇଜରରେହାତ ଧୋଇବା, କ।ମ ନଥିଲେ ବାହାରେ ନ ବୁଲିବାଲାଗି ପରାମର୍ଶ ଦିଆଯାଇଛି।
ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ପ୍ରଶାସନ ପକ୍ଷରୁ ନିୟମିତ ଚେକିଙ୍ଗ ଚାଲିଛି । ରାତ୍ରିକାଳିନ କର୍ଫ୍ୟୁ କୁକଡ଼ାକଡ଼ି କରାଯାଇଛି । କେ ।ଭିଡ଼କଟକଣା ପାଇଁ ବାହାଘର,ବ୍ରତ, ସଂସ୍କୃତିକ କାର୍ଯ୍ୟ, ମିଟିଙ୍ଗ ଆଦି ମଧ୍ୟ ବାରଣ କରାଯାଇଛି।

related posts

Leave a Comment