Home Breaking News / ତାଜା ଖବର ହ୍ୱାଟସଆପ୍ ଏବଂ ଇନଷ୍ଟଗ୍ରାମକୁ ବିକ୍ରି କରିବ ଫେସବୁକ, ଜାଣନ୍ତୁ କାରଣ…

ହ୍ୱାଟସଆପ୍ ଏବଂ ଇନଷ୍ଟଗ୍ରାମକୁ ବିକ୍ରି କରିବ ଫେସବୁକ, ଜାଣନ୍ତୁ କାରଣ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫେସବୁକର ମୂଳ କମ୍ପାନୀ ମେଟା ଏବେ ବହୁତ ଅଡୁଆରେ ଚାଲିଛି । ଆମେରିକା ଏଜେନ୍ସି ଏଫଟିସି ଅଭିଯୋଗ ଆଣିଛି, କି ମେଟା ଏକଛତ୍ରବାଦ ଚଳାଇଛି । ତେଣୁ ମେଟାକୁ ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମକୁ ବିକ୍ରି କରିଦେବା ଉଚିତ । ଏହି ମାମଲା ଏବେ ଆମେରିକାରେ କୋର୍ଟରେ ଚାଲିଛି । ଏହି ମାମଲାର ରାୟ କୋର୍ଟରୁ ଆସିବା ପରେ ମେଟାକୁ ଏହାର ଦୁଇଟି ଯାକ ଶକ୍ତିଶାଳୀ ସୋସିଆଲ ମିଡିଆ କମ୍ପାନୀ ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମକୁ ବିକ୍ରି କରିିବାକୁ ପଡିପାରେ ।

ଆମେରିକାରେ ଅନ୍ୟ ଛୋଟ ଛୋଟ ସୋସିଆଲ ମିଡିଆ କମ୍ପାନୀ ଗୁଡିକର ଅଭିଯୋଗ, ମେଟା ସେମାନଙ୍କୁ ବଜାର ସ୍ଥାନଛାଡୁନାହିଁ । ବଜାରରେ ପ୍ରତିଯୋଗୀତାର କୌଣସି ସୁଯୋଗ ବି ରଖୁନି । ବଜାରରେ କିପର ଅନ୍ୟ କୌଣସି ପ୍ରତିଯୋଗୀନରହିବେ, ସେଥିପାଇଁ ମେଟାଯୋଜନାବଦ୍ଧ ଭାବରେ କାମକରୁଛି । ଫଳରେ ଅନେକ ଛୋଟଛୋଟ କମ୍ପାନୀ ମେଟାରେ ମିଶ୍ରଣ ଛଡା ଅନ୍ୟ ବାଟ ପାଉନାହାନ୍ତି । ଏପରି ସମୟରେ କୋର୍ଟରେ ଅଭିଯୋଗ ସପକ୍ଷରେ ଗ୍ରୀନ ସିିଗନାଲ ଆସିଲେ, ମେଟା ବା ମୂଳ କମ୍ପାନୀ ଫେସବୁକକୁ ଏହାର ଦୁଇଟି ସୋସିଆଲ ମିଡିଆର ଦିଗ୍‌ଗଜ କମ୍ପାନୀ ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମକୁ ବିକ୍ରି କରିବାକୁ ପଡିପାରେ ବୋଲି କୁହାଯାଉଛି ।

related posts

Leave a Comment