ଲକ୍ଷ୍ମୀପୁର ବ୍ୟାଙ୍କ ଲକର ରୁ ସୁନା ଚୋରି ଘଟଣା । ସନ୍ଦେବ ଘେର ରେ ବ୍ୟାଙ୍କ କର୍ମଚାରୀ । ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ ଜାରି ରହିଛି । ବ୍ୟାଙ୍କ ଓ ବ୍ୟାଙ୍କ ନିକଟ ବର୍ତି ଅଂଚଳରେ ଥିବା ସିସି ଟିଭି ଫୁଟେକଜୁ ତନ ତନ କରି ଯାଂଚ କରୁଛି ପୋଲିସ । ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ଜେରା କରାଯାଉଛି । ପୋଲିସ ହାତରେ ତଥ୍ୟ ହସ୍ତଗତ ହୋଇଥିଲେ ମଧ୍ୟ ପ୍ରକାଶ କରୁନାହିଁ । କିନ୍ତୁ ଖୁବ ଶୀଘ୍ର ଘଟଣାର ପ୍ରକୃତ ତଥ୍ୟ ଆସିବ ବୋଲି ପୋଲିସ କହୁଛି ।
ଲକ୍ଷ୍ମିପୁର SBI ଶାଖାରୁ ୧କେଜି ୬୦୦ ଗ୍ରାମ ସୁନା ଚୋରୀ ଅଭିଯୋଗ । ଲକ୍ଷ୍ମୀପୁର ଥାନାରେ ଏତଲା ଦେଇଛନ୍ତି SBI ମେନେଜର। ସୂଚନା ଦେଲେ ଲକ୍ଷ୍ମୀପୁର SDPO _ଅଶ୍ବିନୀ ନାୟକ ।ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି SDPO । ବ୍ୟାଙ୍କ କତୃପକ୍ଷ ଥାନାରେ ମାମଲା ଦେଇଥିଲେ ହେଁ ବ୍ୟାଙ୍କରୁ କେବେ ସୁନା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ସୁନା ଚୋରି ଘଟଣାରେ ବ୍ୟାଙ୍କ କର୍ମଚାରୀ ଙ୍କ ସହ କିଛି ପୁରୁଣା ଦାଗିଙ୍କୁ ସନ୍ଦେହ କରୁଛି ପୋଲିସ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ ଜରୁଛି । କିଛି ଜଣକୁ ଥାନାରେ ଅଟକ ରଖି ଜେରା କରୁଛି ।ପୋଲିସ ବା ବ୍ୟାଙ୍କ କତୃପକ୍ଷ କିଛି ସ୍ପଷ୍ଟ କରୁନାହାନ୍ତି । ତଦନ୍ତ ଜାରି ରହିଛି ବୋଲି ପୋଲିସ କହୁଛି
ଲକ୍ଷ୍ମୀପୁର ଏସବିଆଇ ଲକର ରୁ ସୁନା ଚୋରି ଘଟଣା ,ସନ୍ଦେହ ଘେର ରେ ବ୍ୟାଙ୍କ କର୍ମଚାରୀ ,ଏସପିଙ୍କ ନେତୃତ୍ବରେ ତଦନ୍ତ ଟିମ ଗଠି,ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ ଜାରି
Share with