Home Breaking News / ତାଜା ଖବର କରୋନା ପଜିଟିଭ୍ ହେଲେ ସାତ ଦିନ ହୋମ ଆଇସୋଲେସନ

କରୋନା ପଜିଟିଭ୍ ହେଲେ ସାତ ଦିନ ହୋମ ଆଇସୋଲେସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୧୪।୦୧: କରୋନା ପଜିଟିଭ୍ ଚିହ୍ନଟ ହେଲେ ସାତ ଦିନ ହୋମ ଆଇସୋଲେସନରେ ରହିବେ ସଂକ୍ରମିତ। ଯଦି କୌଣସି ଲକ୍ଷଣ ଦେଖା ଯାଉ ନାହିଁ ତେବେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ।  କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ହୋମ୍ ଆଇସୋଲେସନ ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି।

ମାର୍ଗଦର୍ଶିକା ଅନୁଯାୟୀ, ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣ ନଥିବା ବ୍ୟକ୍ତି ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ହୋମ ଆଇସୋଲେସନରେ ରହି ପାରିବେ। ୬୦ରୁ ଉର୍ଦ୍ଧ୍ଵ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ  ହୋମ୍ ଆଇସୋଲେସନରେ ରହି ପାରିବେ। ଟେଷ୍ଟ  ପଜିଟିଭ୍ ଆସିବାର ୭ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହି ପାରିବେ। ୭ ଦିନ ଲଗାତାର ୩ ଦିନ ଜ୍ଵର ନଆସିଲେ ହୋମଆଇସୋଲେସନ ଅବଧି ସରିବ। ୭ ଦିନ ଭିତରେ ୩ ଦିନ ଜ୍ଵର ନଆସିଲେ ୭ ଦିନ ପରେ ରି-ଟେଷ୍ଟ ଅନାବଶ୍ୟକ। ଲକ୍ଷଣହୀନଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଦୌ ଟେଷ୍ଟ କରିବାର ଦରକାର ନାହିଁ।

related posts

Leave a Comment