Home Breaking News / ତାଜା ଖବର ବିକାନିର ଏକ୍ସପ୍ରେସ ଦୁର୍ଘଟଣାର କାରଣ କଣ ? ରେଳମନ୍ତ୍ରୀଙ୍କୁ ଜବାବ ମାଗିଲା ଟିିଏମସି

ବିକାନିର ଏକ୍ସପ୍ରେସ ଦୁର୍ଘଟଣାର କାରଣ କଣ ? ରେଳମନ୍ତ୍ରୀଙ୍କୁ ଜବାବ ମାଗିଲା ଟିିଏମସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗର ଜଲପାଇଗୁଡିକ ନିକଟରେ ଗତକାଲି ଦୁୁର୍ଘଟଣାଗ୍ରସ୍ତ ବିିକାନିର ଏକ୍ସପ୍ରେସର ଉଦ୍ଧାର କାମ ଶେଷ ହୋଇଛି । ଶେଷ ଖବର ସୁଦ୍ଧା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ୩୬ଜଣଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ସ୍ଥଳରେ ପହଁଚି ନିଜେସ୍ଥିତି ଦେଖିଛନ୍ତି । ପଶ୍ଚିମବଙ୍ଗର ଟିଏମସି ଏହି ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀଙ୍କୁ ଜବାବ ମାଗିଛି । ଟିଏମସି ସାଂସଦ ସୌଗତ ରାୟ ଅଭିଯୋଗ ଆଣିଛନ୍ତି, ଟ୍ରାକରେ ଫାଟକାରଣରୁ ଏପରି ବଡଦୁର୍ଘଟଣା ଘଟିିଛି । ରେଳମନ୍ତ୍ରୀ ଏହାକୁ ନେଇ ସ୍ପଷ୍ଟ ଉତର ରଖନ୍ତୁ । ରେଳ ମନ୍ତ୍ରାଳୟ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଗତକାଲିର ଏହି ଦୁର୍ଘଟଣାରେ ୧୩ଟି ବଗି ଟ୍ରାକରୁୁ ଖସି ଥିଲା । ୪ ଟି ବଗି ପରଷ୍ପର ଉପରେ ଧକ୍କାହୋଇ ଅଧିକ ନଷ୍ଟ ହୋଇଯାଇଛି ।

related posts

Leave a Comment