Home Breaking News / ତାଜା ଖବର କନ୍ଧମାଳରେ ଧିରେ ଧିରେ ବଢୁଛି ସଂକ୍ରମଣ, ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଲା

କନ୍ଧମାଳରେ ଧିରେ ଧିରେ ବଢୁଛି ସଂକ୍ରମଣ, ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୩/୧(ସୁନୀଲପଟନାୟକ)
କନ୍ଧମାଳରେ ଧିରେ ଧିରେ ବଢୁଛି କରୋନା ସଂକ୍ରମଣ । ସଂକ୍ରମିତ ଙ୍କ ସଂଖ୍ୟା ଏବେ ଗତ ୭ ଦିନ ମଧ୍ୟରେ ଶହେଟ ପିଲାଣି ଫଳରେ ପ୍ରଶାସନ ମଧ୍ୟ ଚିନ୍ତାରେ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଫୁଲବାଣୀ ସଦର ମହକୁମାଠାରେ କୋଭିଡ଼ହସ୍ପିଟାଲ ଓ ପ୍ରତି ବ୍ଲକ ସଦରମହକୁମାରେ ସିସିସି ସେଣ୍ଟେର ଖୋଲିବାଲାଗି ପ୍ରଶାସନ ଯୋରଦାର ଉଦ୍ୟମ ଚଳାଇଛି । ସେହିପରି ସଦର ମହକୁମା ଫୁଲବାଣୀ ସମେତ ସମଗ୍ର ଜିଲ୍ଲାର ୧୨ବ୍ଳକ ଓ ପଞ୍ଚାୟତରେ ସଚେତନ କରୁଛି।
ଗତ ୫ ତାରିଖ ଦିନ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ୬ରେ ୩ଜଣ ୭ରେ୬ ଜଣ, ୮ରେ ୧୩,୯ ତାରିଖରେ ୮ ଜଣ , ୧୦ରେ ୧୮ଜଣ ୧୧ରେ ୨୦ଜଣ ଓ ୧୨ ତାରିଖ ରେ ୩୬ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଫଳରେ ସଂକ୍ରମିତ ସଂଖ୍ୟା ୧୦୫ରେ ପହଞ୍ଚିଛି।
ଗୁରୁବାର ଫୁଲ ବାଣୀ ସହରରୁ ୩ ଜଣ ଓ ବ୍ଳକରୁ ୨ଜଣ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଇକିଆ ବ୍ଳକରୁ ୩ଜଣ , ଟିକା ବାଲି ଜଣେ, ଫିରିଙ୍ଗିଆ ୨,କୋଟଗଡ଼ ୪,ଖଜୁରୀପଡ଼ା ୨,ଜିଉଦୟଗିରି ୬ ଜଣ, ଦାରିଙ୍ଗବାଡି ବ୍ଳକ ୫ ଜଣ , ବାଲିଗୁଡ଼ା ବ୍ଳକରୁ ୫ଜଣ ଓ ସହରରୁ ୨ ଜଣ ଓ କନ୍ଧମାଳ ବାହାରର ଜଣେ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ହୋମ ଆଇସୋଲେସନରେ ରଖାଯାଇ ସ ତର୍କ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା, ହାତ ଧୋଇବା କାମ ନଥିଲେ ବଜାରରେ ନ ବୁଲି ଘରେ ରହିବାଲାଗି ପରାମର୍ଶ ଦେଇଛି ପ୍ରଶାସନ।

related posts

Leave a Comment