Home Breaking News / ତାଜା ଖବର ନିଶ୍ବ ଯୁନ ଶିକ୍ଷା ଦିବସ ଏବଂ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ବାଷିର୍କ ଦିବସ ପାଳନ

ନିଶ୍ବ ଯୁନ ଶିକ୍ଷା ଦିବସ ଏବଂ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ବାଷିର୍କ ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୩/୦୧-(ଧନେଶ୍ବର ରାଉତ)- ରାୟଗଡା ଜିଲ୍ଲା: ଗୁଡାରୀ ବ୍ଲକ, ଶିରିଗୁଡା ପଞ୍ଚାୟତର ସିଲିମା ଗ୍ରାମ, ଆଦ୍ଯ ଦିନରେ ଜନ ଜାଗରଣ ମଞ୍ଚ, ରାୟଗଡା ଜିଲ୍ଲା ,ଲୋକ ସଂଗଠନ ଆନୁକୁଲ୍ଯରେ ଗୁଡାରୀ ବ୍ଲକ ସ୍ଥିତ ଆସଡା ଗ୍ରାମ ପଞ୍ଚାୟତ ସିଲିମି ଗ୍ରାମ ହରିଜନ ବସ୍ତିରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ଏକତ୍ରୀତ କରାଯାଇ ବିଶ୍ବ ଯୁବ ଶିକ୍ଷା ଦିବସ ପାଳନ ଏବଂ ପୂଜ୍ଯ ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ବାଷିର୍କ ଦିବସ ପାଳନ କରାଯାଇଛି। ପ୍ରକାଶ ଥାଉକିଯେ ସ୍ଥାନୀୟ ଯୁବକ, ଯୁବତୀ ଆଜିର ପବିତ୍ର ଦିନରେ ସପଥ କଲେଯେ ଶିକ୍ଷା ଅଟେଇ ମହାଧନ ସଭେଏଁ କର ଉପାର୍ଜନ ଏହି ଶ୍ଳୋଗାନ ଦେଲେ ଗାଁର ନିରକ୍ଷର ତାକୁ ଦୂର କରିବା ସମସ୍ତେ ଯେପରି ସାକ୍ଷାରତ ହେବା ତାର ପ୍ରୟାସ ଜାରୀ ରଖିଲେ। ଗାଁର ଶିକ୍ଷିତ ଯୁବପିଡି ଗାଁର ବେକାର ସମସ୍ଯା କିପରି ଦୂର କରାଯାଇପାରିବ ଓ ଗାଁର ଦେଖା ଯାଉଥିବା ସମସ୍ଯା ଗୁଡିକ ଓ ପାରିବାରିକ ଏବଂ ବ୍ଯକ୍ତିଗତ ସମସ୍ଯା ଗୁଡିକ ଆଗାମୀ ଦିନ ଗୁଡିକୁ ସଜାଡିବା ପାଇଁ ଯୁବ ପିଡି ଅଣ୍ଟା ଭିଡିଲେ ଗାଁଲୋକେ କାମଧନ୍ଦା ନ ପାଇଁ ଦାଦନ ଖଟିବାକୋ ଅନ୍ଯ ରାଜ୍ଯ ଗୁଡିକୁ ଚାଲି ଯାଉଛନ୍ତି, ତାକୁ କିପରି ଲୋକ ଯାଇ ପାରିବେ ଓ ଏନାରା ଜିସ୍ ଯୋଜନାରେ ଗାଁର ଲୋକ କିପରି କାମ ଧନ୍ଦା ପାଇବେ ତାର ପଦକ୍ଷେପ ନିଆଯିବ, ଗାଁର ମହିଳା ମାନେ ସଂପୂର୍ଣ୍ଣ ସାକ୍ଷର ହୀନ ତେଣୁ ଗାଁରେ ମହିଳା ସାକ୍ଷର ଅଭିଯାନ ଆରମ୍ଭ କରାଯାଇ ନାରୀ ଶିକ୍ଷା କୁ ଗୁରୁତ୍ବ ଦିଆଯିବ, ଜାତି ବିଚାର ଆଜିର ସମାଜରେ ବଡ ସେମ ପର୍ବତର ଦେଖା ଦେଇଛି। ଗାଁର ପିଲାମାନଙ୍କୁ ସ୍କୁଲ ବନ୍ଦ ସମୟରେ ଅନ୍ଯତ୍ର ଟିଉସନ ପଢିବା କୁ ଗଲେ ନାଛନ୍ଦ୍ ହେଉଛନ୍ତି। ତେଣୁ ଗାଁର ପିଲାମାନେ ବେକାର ହୋଇ ବୁଲୁଛନ୍ତି। ବୋଲି we set ଜୟନ୍ତି ମାଣ୍ଡିଙ୍ଗି , ସୁମିତ୍ରା ପାଲାକା, ଦାଶ ଜାଗରାଙ୍ଗା, ବଲେଣ୍ଟ୍ର ବୟ ପାଲାକା ଏମାନେ ସବୁ ଆଜି ନିଶ୍ପତି ନେଇଛନ୍ତି। ଏହି ନିଶ୍ପତିରେ ହେଲେ ଯେ ଗାଁର ପିଲାମାନେ ମୋ ଚାଟଶାଲୀ ପାଠ ପଡିବେ ଗାଁ ପିଲାମାନେ ଚାଟଶାଲିରେ ହସ ଖୁସିରେ ଯେପରି ଭୁଲି ଯାଇଥୀବା ପାଠ ଗୁଡିକୁ ମନରେ ବତ୍ତି କରିବେ ତାର ପ୍ରୟାସ ଗାଁର ଯୁବ ପିଡି ନେବେ। ଗାଁର ଲୋକ ସଂଗଠନ କୁ ସୂଦଢ କରି ସ୍ଵାଭିମାନରେ ବଞ୍ଚିବାର ପ୍ରୟାସ କରିବେ। ଶେଷରେ ଗାଁର ଯୁବକ ଶ୍ରୀ ଧନେଶ୍ଵର ନିମାଲ, ଗାଁର ଯୁବ ପିଡି ଙ୍କୁ ଜନ ଜାଗରଣ ମଞ୍ଚ କର୍ମୀ ଶ୍ରୀମତି ଲକ୍ଷ୍ମୀ ଶବର, ବାସୁଦେବ ମାଣ୍ଡିଙ୍ଗି , ଦିବାକର ଶବର ଙ୍କୁ ଧନ୍ୟବାଦ ଜଣାଇ ଗାଁ ତରଫୁର ସ୍ଵଦୂର ଭୂବନେଶ୍ବର ର ଓଡିଶା ଶ୍ରମ ଜୀବି ମଞ୍ଚ, ମହିଳା ଶ୍ରମ ଜୀବି ମଞ୍ଚ ଓଡିଶା ତଥା ଆତ୍ମା ଶକ୍ତି ଟ୍ରଷ୍ଟ ନୂଆ ଦିଲ୍ଲୀ ଙ୍କୁ ଶ୍ହରଣ କୁ ଆଣିଥିଲେ।

related posts

Leave a Comment