Home Breaking News / ତାଜା ଖବର ଆଜିଠୁ ଗଞ୍ଜାମର ସମସ୍ତ ବେଳାଭୂମି ବନ୍ଦ

ଆଜିଠୁ ଗଞ୍ଜାମର ସମସ୍ତ ବେଳାଭୂମି ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର: କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି, ଆଜିଠୁ ଗଞ୍ଜାମର ସମସ୍ତ ବେଳାଭୂମି ବନ୍ଦ ରହିବ। ୧୩ରୁ ଆସନ୍ତା ୧୭ ତାରିଖ ଯାଏଁ ଗଞ୍ଜାମର ସମସ୍ତ ବେଳାଭୂମି ସହ ହ୍ରଦ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଗୋପାଳପୁର, ସୋନପୁର ସମେତ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି ବନ୍ଦ ରହିବ । ଆଗକୁ ମକର ସଂକ୍ରାନ୍ତି ଥିବାରୁ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ସେପଟେ ନରସିଂହପୁର ସ୍ଥିତ ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି । ଐତିହାସିକ ବାଲି ମକରମେଳା ଆସନ୍ତାକାଲି ହେବାକୁ ଥିବାରୁ ସଂକ୍ରମଣକୁ ଆଖିରେ ରଖି ଏହି କଟକଣା ଜାରି କରାଯାଇଛି । ଆଜି ସକାଳ ୬ଟାରୁ ୧୬ ତାରିଖ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ୪ ଦିନ ଏହି କଟକଣା ବଳବତର ରହିବ । ଏହି ସମୟରେ ମନ୍ଦିରର ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ପୀଠକୁ ପ୍ରବେଶ ଉପରେ ବାରଣ କରାଯାଇଛି ।

related posts

Leave a Comment