Home Breaking News / ତାଜା ଖବର ଧବଳେଶ୍ବର ପୀଠରେ ଲାଗିଲା କଟକଣା, ୧୪୪ ଧାରା ଜାରି କଲା ପ୍ରଶାସନ

ଧବଳେଶ୍ବର ପୀଠରେ ଲାଗିଲା କଟକଣା, ୧୪୪ ଧାରା ଜାରି କଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ଼ ୧୩।୦୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ବର ପୀଠରେ କଟକଣା ।  କୋଭିଡ କଟକଣା ପାଳନ ନିମନ୍ତେ ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ । ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଆଠଗଡ଼ ଉପଜିଲ୍ଲପାଳ ହେମନ୍ତ କୁମାର ସ୍ବାଇଁଙ୍କ  ସୂଚନା I

ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୀଠରେ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ବା  ୧୪ ତାରିଖ ସକାଳ ୬ଟା ଠାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ମକର ସଂକ୍ରାନ୍ତିରେ ଧବଳେଶ୍ଵରଙ୍କ ପୀଠକୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୦ହଜାରୁ ଅଧିକ କେସ୍‌ ସାମ୍ନାକୁ ଆସିଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ।

related posts

Leave a Comment