Home Breaking News / ତାଜା ଖବର ବଡମ୍ବାରେ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ:ବାରକୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନୀ ଓ ଶିଳାନ୍ୟାସ

ବଡମ୍ବାରେ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ:ବାରକୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନୀ ଓ ଶିଳାନ୍ୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନିର୍ଵାଚନୀ ଘୋଷଣାର ଅବ୍ୟବହିତ ପୂର୍ବରୁ ସକାଳବେଳା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ମଙ୍ଗରାଜପୁର,ଗୋପୀନାଥପୁର, ବାଙ୍ଗିରିସିଂଘା, କଙ୍କଡାଯୋଡି ପ୍ରଭୃତି ପଂଚାୟତରେ ୧୨କୋଟି ଟଙ୍କାରୁ ଉର୍ଦ୍ଧ୍ବ ଉନ୍ନୟନମୂଳକ କାମର ଲୋକାର୍ପଣ ଓ ଶୁଭାରମ୍ଭ କରାଯାଇଛି। ଗୋପୀନାଥପୁର ଓ ମଙ୍ଗରାଜପୁରରେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟାରମ୍ଭ, ସାନବାରସିଙ୍ଘରେ ଉଚ୍ଚ ବିଦ୍ୟାଳୟରେ ନୂତନ ଭିତ୍ତିଭୂମିର ଉଦଘାଟନୀ ଅନୁଷ୍ଠିତ ହୋଇଛି। ବାଙ୍ଗିରିସିଂଘା, କଙ୍କଡାଯୋଡି ରାସ୍ତା ତଥା ନରଣପୁର ବିଜୁସେତୁର ଶୁଭାରମ୍ଭ ସଂଗେ ବାଙ୍ଗିରିସିଂଘା ଡାକ୍ତରଖାନାକୁ ଚାଲୁ କରାଯାଇଛି। ବାଙ୍ଗିରିସିଂଘା ପଂଚାୟତ ଭବନର ଲୋକାର୍ପଣ ବିଧାୟକଙ୍କ ଦ୍ଵାରା ସମାହିତ ହୋଇଛି। ସାନବାରସିଂହ ଗ୍ରାମରେ ମଧ୍ୟ ୪ ନଂ, ୬ ନଂ,୧ ନଂ ୱାର୍ଡ ୩ଟି କୋଠଘର, ଶୁଦ୍ଧପାନୀୟ ଜଳ ପ୍ରକଳ୍ପ ସହିତ ମଙ୍ଗଳା ଓ ଦୋଳମଣ୍ଡପର ତଥା ରାଇଦାମୋଦର ମଣ୍ଡପ ଓ ସୋରୁଆଁରେ ଖଳିମାଟିରେ ଭାଗବତ ଗୃହ ଓ ନିର୍ମାଚାର୍ଯ୍ୟଙ୍କ ଆଶ୍ରମର ଶୁଭାରମ୍ଭ କରାଯାଇଛି।

ମଙ୍ଗରାଜପୁର ଠାରେ ଏକ ସଭାରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ, ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ଉମାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଶ୍ରୀ ପ୍ରଦୀପ୍ତ ସ୍ୱାଇଁ, ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ, ରବୀନ୍ଦ୍ର ସାହୁ,ପଣ୍ଡିତ କେଳୁଚରଣ ବାରିକ, ଗୋପୀନାଥପୁର ଠାରେ କୃପାସିନ୍ଧୁ ବିଦ୍ୟାଳୟର କମିଟି ସଭାପତି ଶ୍ରୀ ଅମରେନ୍ଦ୍ର ଶତପଥୀ , ସରପଞ୍ଚ, ସମିତିସଭ୍ୟା , ଶ୍ରୀ ରାମ ନାୟକ, ଗୋବିନ୍ଦ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶୈଳବାଳା ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉଭୟ ସ୍ଥାନରେ ବିଦ୍ୟାଳୟ ରୂପାନ୍ତରୀକରଣରେ ପ୍ରାୟ ୨୦ କୋଟି ଟଙ୍କା ବିନିଯୋଗ ହେବ।

ନରଣପୁର ଠାରେ ୫କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବିଜୁସେତୁର ଶିଳାନ୍ୟାସ ସହ କଙ୍କଡାଯୋଡି,ବାଙ୍ଗିରିସିଂଘା ୩କୋଟି ଟଙ୍କା ବ୍ୟୟରେ ରାସ୍ତାର ଶିଳାନ୍ୟାସ ବିଧାୟକ, ସର୍ବଶ୍ରୀ ସଞ୍ଜୟ ସ୍ୱାଇଁ, ସରପଞ୍ଚ ରବୀନ୍ଦ୍ର ସାହୁ, କୃପାସିନ୍ଧୁ ବେହେରା, ସରପଞ୍ଚ ଶ୍ରୀ ମାନସ ନାୟକ, ଶ୍ରୀ ପରବାସୀ ଦଳେଇ, ଶ୍ରୀ ଅଶୋକ ବେହେରା, ରବୀନ୍ଦ୍ର ଦାସ, ପ୍ରମୁଖ ତଥା ଗ୍ରାମବାସୀ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ଗୁଡିକରେ ଗ୍ରାମବାସୀମାନେ ଉଛ୍ୱସିତ ସମ୍ବର୍ଦ୍ଧନା ସହ ସଂକୀର୍ତ୍ତନ ମହିଳାମଣ୍ଡଳୀର ଉଦ୍ଦୀପନା ସହ ସମାହିତ ହୋଇଛି।

ସାନ ବାରସିଂହ ଠାରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ବାଇଁଙ୍କ ସଂଯୋଜନାରେ ଅନନ୍ତମାଝି ଉଚ୍ଚ ବିଦ୍ୟାଳୟ, ଖଳିମାଟି , ସୋରୁଆଁ ରେ ସଭାରେ ବିଧାୟକଙ୍କ ସହ ଗାଁ କମିଟି ସଂପାଦକ , ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ, ସମାଜସେବୀ ଶ୍ରୀ ରବୀନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

related posts

Leave a Comment