Home Breaking News / ତାଜା ଖବର ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଣ୍ଣସନ କରିବୁ – ଆଞ୍ଚଳିକ ପରିଷଦ

ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଣ୍ଣସନ କରିବୁ – ଆଞ୍ଚଳିକ ପରିଷଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା ୧୩/୦୧-(ଧନେଶ୍ବର ରାଉତ)-
ଅମ୍ବାଦଳା ୧୩/୧ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ବିକାଶ ପରିଷଦର ବିକ୍ଷୋଭ ଉଗ୍ରରୂପ ନେବାକୁ ବସିଲାଣି। ୫ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ  ରେଲୱେ ବିଭାଗ ପକ୍ଷରୁ ଆଲୋଚନା କରିବା ପାଇଁ କୌଣସି ଅଧିକାରୀ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପତିଶ୍ରୁତି ମିଳିପାରିନାହିଁ।ଆଜି ଏହି ବିକ୍ଷୋଭ  ୬ ଦିନରେ ପହଞ୍ଚି ଥିବାବେଳେ ଆଞ୍ଚଳିକ ବିକାଶ ପରିଷଦ ଏହି ଧାରଣାରେ ଭାଗନେଇ ଆହୁରି ଅଧିକ ମାତ୍ରାରେ ବିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଯୋଗ୍ୟ ଦୀର୍ଘ ଦିନ ଧରି ଅମ୍ବାଦଳା ଅଞ୍ଚଳ ବାସୀ  ଅମ୍ବାଦଳା ଟାଉନ ସମ୍ମୁଖରେ ଲାଗିକରି ପ୍ଲାଟଫର୍ମ ନିର୍ମାଣ କରିବା ସହ ପାସେଞ୍ଜର ଟ୍ରେନ ଚଳା ଚଳ ଓ ରହଣି ନିମନ୍ତେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ସୁଦ୍ଧା ବିଫଳ ହୋଇ  ୫ ତାରିଖ ଦିନ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ  ରେଲୱେ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିବା ତୃତୀୟ ନମ୍ବର ରେଳ ଲାଇନ କାର୍ଯ୍ୟ କୁ ବନ୍ଦ କରି  ଶାନ୍ତିପୂର୍ଣ୍ଣ  ବିକ୍ଷୋଭ କରିଆସୁଛନ୍ତି।ଆଜିକୁ ୬ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରେଲୱେ ବିଭାଗ ପକ୍ଷରୁ କୋଣସି ଆଲୋଚନା କରାଯାଇନାହିଁ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପତିଶ୍ରୁତି ଦେଇନାହିଁ ବୋଲି ବିକ୍ଷୋଭ କାରୀ ମାନେ ଅଭିଯୋଗ କରିଛନ୍ତି। ଜନ ସାଧାରଣଙ୍କ ପ୍ରତି ରେଲୱେ କର୍ତ୍ୟୁପକ୍ଷଙ୍କର ଆଦୌ ଦୃଷ୍ଟି ନଦେବା ଏହି ଅଞ୍ଚଳ ପାଇଁ ବିଭାଗର  ଅବହେଳାର ଏକ ଲଗ୍ନ ରୂପ ଦେଖିବାକୁ ମିଳୁଛି।ଅମ୍ବାଦଳା ବିକାଶ ପରିଷଦର ଏହି ଐତିହାସିକ ସଂଗ୍ରାମ ରେ ସେମାନଙ୍କୁ ମାନସିକ ସ୍ତରରେ ଉସ୍ରହିତ କରିବା ପାଇଁ ଆଞ୍ଚଳିକ ବିକାଶ ପରିଷଦ ମଧ୍ୟ ହାତ ମିଳାଇଛି। ଏହା ଦ୍ୱାରା ବିକ୍ଷୋଭ କାରୀଙ୍କ ମନରେ ଆହୁରି ଅଧିକ ଉତ୍ସହ ଖେଳି ଯାଇଛି।ଯାହାକି ଆଗାମୀ ସମୟରେ ରେଳ ବିଭାଗ ପାଇଁ ଏକ ଅପ୍ରୀତିକର ପରିବେଶ ସୃଷ୍ଟି କରିପାରେ। ତେଣୁ ବେଳ ଥାଉ ଥାଉ ପଦକ୍ଷେପ ନନେଲେ ଏହି ଅଞ୍ଚଳର ଶାନ୍ତ ଜନ ସାଧାରଣ ଯେକୌଣସି ସମୟରେ ଅପ୍ରୀତିକର ପରିବେଶ ସୃଷ୍ଟି କରିପାରିବେ ବୋଲି ବୁଦ୍ଧି ଯିବି ମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ମୁନିଗୁଡା ଲାଞ୍ଜିଗଡ଼ ଆଞ୍ଚଳିକ ପରିଷଦ ଆଗକୁ ଆସି ଅମ୍ବାଦଳା ବିକାଶ ପରିଷଦ ସହିତ କାନ୍ଧକୁ କାନ୍ଧ ମିଳାଇ ଏହି ଧାରଣାରେ ଭାଗ ନେବା ସହ ଆଗକୁ  ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଣ୍ଣସନ ଭଳି ଧାରଣାରେ ବସିବେ ବୋଲି ଆଞ୍ଚଲିକପରିଷଦ ସଭାପତି ଶ୍ରୀଧର ପେଶନିଆ ଜଣାଇଛନ୍ତି। ତେଣୁ ରେଲୱେ ବିଭାଗ ଓ ଜିଲ୍ଲା ପ୍ରଶାସନ ପରିସ୍ଥିତିକୁ ଅନୁଧ୍ୟାନ କରି ଯୁଧ୍ୟ କାଳୀନ ଭିତ୍ତିରେ  ସମାଧାନ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।ଏହି ଧାରଣାରେ ଆଞ୍ଚଳିକ ପରିଷଦର ସଭାପତି ଶ୍ରୀଧର ପେଶନିଆ, ପୂର୍ବତନ ବ୍ଲକ ଚେୟାରମ୍ୟାନ ମୀନକେତନ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ ଆୟୁବ ଖାନ, ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ବେହେରା, ରାୟଗଡା ଜିଲ୍ଲା ଏସ. ଡି. ସି ଚେୟାରମ୍ୟାନ ଓଡିଶା ସରକାର ଜଗନ୍ନାଥ ନୁଣ୍ଡରୁକା,  ଆଞ୍ଚଳିକ ବିକାଶ ପରିଷଦ ସମ୍ପାଦକ ନବୀନ ଚନ୍ଦ୍ର ପାତ୍ର,ବଟକୃଷ୍ଟ ପୃଷ୍ଟି ଙ୍କ ସମେତ  ଅମ୍ବାଦଳା ଆଞ୍ଚଳିକ ପରିଷଦର ସଦସ୍ୟ ଧିରେନ୍ଦ୍ର ପାଣିଗ୍ରାହୀ, ବିନୋଦ ସାହୁ, ରବି ଦଳେଇ, ରଞ୍ଜିତ ପାଢ଼ୀ, ରବୀନ୍ଦ୍ର କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ତ୍ରିପତି ମିର୍ଧା, ପ୍ରମୁଖ ଉପସ୍ଥିତ ଥିଲେ

related posts

Leave a Comment