Home Breaking News / ତାଜା ଖବର ମୋବାଇଲ ଦୋନରୁ ଚୋରି ଘଟଣାରେ ପୋଲିସର ପର୍ଦ୍ଦାଫାସ, ୧୨ ମୋବାଇଲ,୪୦ ହଜାର ଟଙ୍କା ଉଦ୍ଧାର

ମୋବାଇଲ ଦୋନରୁ ଚୋରି ଘଟଣାରେ ପୋଲିସର ପର୍ଦ୍ଦାଫାସ, ୧୨ ମୋବାଇଲ,୪୦ ହଜାର ଟଙ୍କା ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣୁପୁର (ରବି କିରଣ ପଣ୍ଡା): ମୋବାଇଲ ଦୋକାନରୁ ଚୋରି ଘଟଣାରେ ପୋଲିସ ପର୍ଦାଫାସ କରିଛି । ଅଭିଯୁକ୍ତ ନିକଟରୁ ୧୨ଟି ମୋବାଇଲ ସହ ୪୦ ହଜାର ଟଙ୍କା ଉଦ୍ଧାର କରାଯାଇଛି । ଏହି ଘଟଣାରେ କାଶିପୁର ଅଞ୍ଚଳର ଅରୁଣ ନାୟକଙ୍କୁ ମଧ୍ୟ ଗିରିଫ କରାଯାଇଛି ବୋଲି ଗୁଣପୁର ଏସଡିପିଓ ଅଜୟ କୁମାର ବାରିକ ଖବରଦାତା ସମ୍ମିଳନିରେ ସୂଚନା ପ୍ରଦାନ କରିଛନ୍ତି । ଗତ ୩୦ ତାରିଖରେ ଗୁଣପୁର ସହର ଠାକୁରାଣି ମନ୍ଦିର ନିକଟ ପଣ୍ଡା ମୋବାଇଲ ଦୋକାନରୁ ୧୨ଟି ମୋବାଇଲ ଏବଂ ୭୫ ହଜାର ଟଙ୍କା ସଟର ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି କାଶୀପୁର ଅଞ୍ଚଳର ଅରୁଣ ନାୟକ ଯିଏ ରାୟଗଡାର ଏକ ହୋଟେଲେରେ କାମ କରୁଥିଲେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ୧୨ଟି ମୋବାଇଲ ଏବଂ ୭୫ ହଜାରଟଙ୍କା ଜବତ କରାଯାଇଛି । ଏହି ଖବଦାହାଡ଼ ସମ୍ମିଳନିରେ ଆଇଆଇସି ଯଶବନ୍ତ ହିଆଲ, ଆଶ୍ରିତା ଛଲକ ପ୍ରମୁଖ ଉପସ୍ଥିତ ରହିଥିଲେ । ଚୋରି ଯାଇଥିବାମୋବାଇଲର ଆଇଏମଇଆଇ ନମ୍ବର ଏବଂ ଅଭିଯୁକ୍ତ ବ୍ୟବହାର କରୁଥିବା ମୋବାଇଲର ଆଇଏମଇଆଇକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତଙ୍କୁ ଧରିବା ପର ସେ ମୋବାଇଲ ଚୋରି କରିଥିବା ମାନିବା ସହ ଅରୁଣଙ୍କ ନିକଟରୁ ଚୋରୀ ସାମଗ୍ରୀ ଉଦ୍ଧାର କରାଯାଇଥିଲା

related posts

Leave a Comment