ଭୁବନେଶ୍ବର ୧୩।୧: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପଶିଲା କରୋନା । କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତର ଓ ନର୍ସ, ଅନ୍ୟ ମେଡିକାଲ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ୩୦ରୁ ଅଧିକ କରୋନା ସଂକ୍ରମିତ ହୋଇସାରିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ. ଲଷ୍ମୀଧର ସାହୁ । କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତମାନେ ସଙ୍ଗରୋଧରେ ରହୁଥିବାରୁ ଏଣିକି ରୋଗୀ ସେବା ବାଧାପ୍ରାପ୍ତ ହୋଇପାରେ । କେବଳ ଜରୁରୀ ଅପରେସନ କରାଯିବ । ଅବଶ୍ୟକ ବପଡିଲେ ଟେଲି ମେଡିସିନ ଉପରେ ଗୁରୁତ୍ବ ଦିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।
ତେବେ ଏ ବାବଦରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବା କଥା, ରୋଗୀ ସେବା ବାଧାପ୍ରାପ୍ତ ହେବାର ନାହିଁ । ଯେଉଁ ବିଭାଗର ଡାକ୍ତର ବା କର୍ମଚାରୀମାନେ ସଂକ୍ରମିତ ହେବା ପରେ ସଙ୍ଗରୋଧରେ ରହୁଛନ୍ତି, ସେମାନଙ୍କ କାମ ଅନ୍ୟମାନଙ୍କ ଦ୍ବାରା କରାଯାଉଛି । ଚାପ ସତ୍ତ୍ବେ ଡାକ୍ତର ଓ କର୍ମଚାରୀମାନେ ଅଧିକ କାମ କରୁଛନ୍ତି । ତେବେ ଏଣିକି ସଂକ୍ରମଣ ରୋକିବାକୁ ଅଧିକ ସତର୍କ ରହିବାକୁ ପଡ଼ୁଛି ବୋଲି ସେ କହିଛନ୍ତି ।