Home Breaking News / ତାଜା ଖବର ଚିକିତ୍ସା ଅବହେଳାରୁ ମହିଳାଙ୍କ ଜୀବନ ଗଲା

ଚିକିତ୍ସା ଅବହେଳାରୁ ମହିଳାଙ୍କ ଜୀବନ ଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୨/୧(ସୁନୀଲପଟନାୟକ):

ଡାକ୍ତର ବାବୁଙ୍କ ଅବହେଳାରୁ ଦାରିଙ୍ଗବାଡି ଅଞ୍ଚଳ ର ମଞ୍ଜୁଳା ଉଠାଣ ସିଂ ନାମକ ଜଣେ ୪୫ ବର୍ଷ ବୟସର ଜଣେ ମହିଳାଙ୍କ ଜୀବନ ଯାଇଛି । ଏନେଇ ମୃତ ମହିଳାଙ୍କ ସ୍ଵାମୀ ପୀତବାସ ଉଠାଣ ସିଂ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଗତକାଲି ମଞ୍ଜୁଳା ଅସୁସ୍ଥ ଅନୁଭବ କରିବାରୁ ପୁଅ ଓ ପରିବାର ଲୋକେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ । ମେଡିକାଲ ଷ୍ଟାଫ ଆଡ଼ମିଟ କରି ଅକସିଜେନ ଲଗାଇଥିଲେ । ତେବେ ଅଧଘଣ୍ଟା ଯାଏ କୌଣସି ଡାକ୍ତର ରୋଗୀଙ୍କ ନିକଟକୁ ଆସିନଥଲେ । ପରେ ଡାକ୍ତର ଆସିଲେ ଆଉ ବ୍ରହ୍ମପୁର ବଡ ମେଡିକାଲରେଫର କରିଦେଲେ ତେବେ ଆମ୍ବୁଲାନ୍ସରେ ମାତ୍ର ୫ କି.ମି ଯିବା ଭିତରେ ରୋଗିର ମୃତ୍ୟୁ ଘଟିଲା ।
ଏହାକୁ ନେଇ ଦାରିଙ୍ଗବାଡି ମେଡିକାଲରେ ଚାପା ଉତେଜନା ଦେଖାଦେଇଥିଲା। ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

related posts

Leave a Comment