Home Breaking News / ତାଜା ଖବର ନିର୍ବାଚନ ପାଇଁ ଏସ୍‌ଆରସି ପକ୍ଷରୁ ଗାଇଡଲାଇନ୍‌ ଜାରି

ନିର୍ବାଚନ ପାଇଁ ଏସ୍‌ଆରସି ପକ୍ଷରୁ ଗାଇଡଲାଇନ୍‌ ଜାରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଏସଆରସି ପକ୍ଷରୁ ଆଜି ଗାଇଡଲାଇନ ଜାରି ହୋଇଛି । ଜାନୁଆରି ୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତ୍ତନ କରାଯାଇଛି । ନିର୍ବାଚନ ପରିପ୍ରେକ୍ଷୀରେ କୌଣସି ବଡଧରଣର ସମାବେଶର ଆୟୋଜନ ହୋଇପାରିବ ନାହିିଁ। ସମାବେଶ ଉପରେ କଟକଣା ଲାଗୁ ହୋଇଛି। ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିପାରିବେ। ଏହାରି ଉପରେ ଏସ୍‌ଆରସିଙ୍କ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି। ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ ଘର ପ୍ରଚାର । ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ।

କରୋନା ସଂକ୍ରମିତ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । ଡିଜିଟାଲ କିମ୍ବା ଭର୍ଚୁଆ ଜରିଆରେ ହିଁ ହୋଇପାରିବ ପ୍ରଚାର । ରୋଡ ସୋ’, ପଦ ଯାତ୍ରା ସାଇକେଲ, ବାଇକ ରାଲି ହୋଇପାରିବ ନାହିଁ । ବିଜୟ ଶୋଭାଯାତ୍ରାକୁ ବାରଣ କରାଯାଇଛି । ବିଜୟୀ ପ୍ରାର୍ଥୀଙ୍କ ସହ ରହିବେ ସର୍ବାଧିକ ୫ ଜଣ। ପ୍ରାର୍ଥୀମାନେ ଘରକୁଘର ବୁଲି ପ୍ରଚାର କରିବେ।। କୌଣସି ବଡ଼ଧରଣର ସମାବେଶ ହୋଇପାରିବ ନାହିଁ।

related posts

Leave a Comment