Home Breaking News / ତାଜା ଖବର କାମ ଦେଉନି ବିରୋଧୀ ଦଳର ଆପତି ଅଭିଯୋଗ ଶାସକ ଦଳର ଚାପରେ ସରକାରୀ ଅଧିକାରୀ

କାମ ଦେଉନି ବିରୋଧୀ ଦଳର ଆପତି ଅଭିଯୋଗ ଶାସକ ଦଳର ଚାପରେ ସରକାରୀ ଅଧିକାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୧/୦୧-(ଧନେଶ୍ବର ରାଉତ)-ଶାସକ ଦଳର ଦୁର୍ନୀତି ଚରମ ସୀମାରେ ପହଁଚି ସାରିଛି। ଦୀର୍ଘ ୨୨ ବର୍ଷ ଶାସନର ମନମୁଖୀ ଦେଖିବାକୁ ମିଳିଛି ଦୁର୍ନୀତିରେ ଲିପ୍ତ ସରକାରୀ କଳ ଓ ନିର୍ବାଚିତ ପ୍ରତିନିଧି କହିବାକୁ ଗଲେ ସ୍ୱଷ୍ଟ ଦିବା ଲୋକରେ ହରିଲୁଟ। ଓଡ଼ିଶାରେ ଏକ ଛତ୍ର ବାଦ ଶାସନର ପରିଣାମ ଭୋଗୁଛନ୍ତି ସାଧାରଣ ଜନତା। ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ରାଜ୍ୟର ବୁୟୁରୋକ୍ରାଟ ମାନେ ମଧ୍ୟ ଦୁର୍ନୀତିରେ ଲିପ୍ତ ଅଟନ୍ତି। କେହି କାହାର କଥା ଶୁଣିବାକୁ ନାରାଜ ଯିଏ ପାରିଲେ ଯେଉଁ ବାଟରେ ଲୁଟି ଚାଲିଛନ୍ତି ସାଧାରଣ ପ୍ରଜାଙ୍କୁ। ପ୍ରଜାଙ୍କୁ ଭକୁଆ କରି ବିଭିନ ପ୍ରକାର ପ୍ରଲୋଭନ ଦେଖାଇ ଠକିବାରେ ବ୍ୟସ୍ତ ସରକାରୀ କଳର ବାବୁ ମାନେ ଓ ନେତା ହତାଶ ଜନତା। ଏହାର ସ୍ୱଷ୍ଟ ନମୁନା ହେଲା ଅଳ୍ପ କିଛି ଦିନ ହେଲା ଅର୍ଥାତ ଗତ ନଭେମ୍ବର ଓ ଡିସେମ୍ବର ମାସର କଥା ଆଗରୁ କଣ କହିବା ତାହା ତ ଖଜୁରୀ ଗଛ ଭଳି ମୂଳରୁ ପାହାଚ ପାହାଚ। ରାୟଗଡ ଜିଲ୍ଲାର କଲ୍ୟାଣସିଙ୍ଘପୁର ବ୍ଲକ ର ଦୁର୍ନୀତି ବିଷୟରେ ଆଲୋକ ପାତ କରିବାକୁ ଚାହୁଁଚି ବ୍ଲକର ସିଙ୍ଗାରି ପଞ୍ଚାୟତର ମନରେଗା ଯୋଜନରରେ ଏକ କେନାଲ କାମ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର କରି କାମ ରଖା ଯାଇଥିଲା। ତାହା କାମ ନ କରି ବିଲ ଉଠାଇ ଯନ୍ତ୍ରୀ ଏବଂ ଠିକାଦାର ହଡପ କରିଥିବା ଅଭିଯୋଗ ହେଇଥିଲା, ଏପରିକି ଗ୍ରାମର ହିତାଧିକାରୀ ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ତାହା ତଦନ୍ତ ଆଳରେ ଚପାଇ ଦେଇଥିଲେ। ଏହିଭଳି ଆବାସ ଦୁର୍ନୀତି ବିଷୟରେ କହିବା ସୁନଖଣ୍ଡି ପଞ୍ଚାୟତର ୭ ଖଣ୍ଡ ଗାଁ ର ଏକ ସହରୁ ଉର୍ଦ୍ଧ୍ବ ଆବାସ ଗୃହର ଦୁର୍ନୀତି ପଦାକୁ ଆସିଥିଲା ତାହା ଖବର କାଗଜ ଗୁଡିକରେ ପ୍ରକାଶ ପାଇଛି କିନ୍ତୁ ସେ ବିଷୟରେ ଏପରିକି ତଦନ୍ତ ମଧ୍ୟ କରାଗଲାନି। ଯାହାକି ଘର ନ ପାଇ ତାଙ୍କ ଘରେ ଫଳକ ଲଗାଇ ବିଲ କରି ହଡପ କରାଯାଇଛି।ସେହିଭଳି କାଶୀପୁର କଥା ନ କହିବା ଭଲ କାରଣ ସେଠିତ ସାଧାରଣ ଜନତାଙ୍କ ଏଭଳି ଠକି ଚାଲିଛନ୍ତି କି ମନ୍ଦିବିସି ପଞ୍ଚାୟତର ଏକ ପୋଖରୀ ଖୋଳା ରେ ପୁରୁଣା ପୋଖରୀକୁ ଦେଖାଇ ସତର ଲକ୍ଷ ଟଙ୍କା ହଡପ କରିବା ଅଭିଯୋଗ ହେଇ ଆସୁଛି। କିନ୍ତୁ ସେ ବିଷୟରେ ପରଦା ଫାଶ ହେଲାନି ଏହାର କାରଣ କଣ କାହା ପାଖରେ ଉତର ନାହିଁ ,ଏକ ଚାଟିଆ ଶାସନ ଓ ଲଗାମରେ ନ ଥିବା ଜିଲ୍ଲା ପ୍ରଶାସନ ଉପରେ ଭରସା ହରାଇଛନ୍ତି ସାଧାରଣ ଜନତା।ସେହିଭଳି ଚନ୍ଦ୍ରପୁର ବ୍ଲକ ରେ ନକ୍ସଲ ପ୍ରଭାବିତ ବୋଲି ମହା ଲୁଟ ଚାଲିଛି ତାର ଅଜଣା କେହି ନୁହନ୍ତି, ଦୁର୍ଗମ ବୋଲି କେହି ଧାରା ଛୁଆଁ ଦେଉନାହାନ୍ତି। ଜନତାଙ୍କ ପାଇଁ ଜନତା ଦ୍ୱାରା କହିବା ବାହୁଲ୍ୟ ମାତ୍ର ଯିଏ ଯେତେ ଲୁଟି ପାରିଲା ସିଏ ସେତେ ସ୍ୱଚ୍ଛ ଏହି ନୀତିରେ ଚାଲିଛି ବିକାଶ। ଆଉ ସରକାର କଳରେ କେହି କାହା କଥା ଶୁଣି ବାକୁ ନାରାଜ ତେଣୁ ବିକାଶ ବଦଳରେ ବିନାଶ ଆଡକୁ ବଢୁଛି ଦେଶ ତେଣୁ ସ୍ୱଚ୍ଛ ଶାସନ ପାଇଁ ପ୍ରଜା ବିଚାର କରି ନିଜ ବହୁମୂଲ୍ୟ ମତକୁ ସାବ୍ୟସ୍ତ କରିବା କଥା।

related posts

Leave a Comment