Home Breaking News / ତାଜା ଖବର ପକା ଘର ମହେନ୍ଦ୍ରପୁର ଲୋକଙ୍କ ପାଇଁ ସାତ ସପନ ସାହାଯ୍ୟ ବଦଳରେ ଠକୁଛି ସରକାର

ପକା ଘର ମହେନ୍ଦ୍ରପୁର ଲୋକଙ୍କ ପାଇଁ ସାତ ସପନ ସାହାଯ୍ୟ ବଦଳରେ ଠକୁଛି ସରକାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୧/୦୧-(ଧନେଶ୍ବର ରାଉତ)- ପକା ଘର ଯାହାକି ତାଙ୍କ ଭାଗ୍ୟରେ ନାହିଁ କାରଣ ସମସ୍ତଙ୍କ ସାମନାରେ ଅଛି। ଶାସକ ଦଳର ମିଥ୍ୟା ପ୍ରତିଶୃତି ସାଙ୍ଗକୁ ଲାଞ୍ଚ କାରବାର ଯୋଗୁଁ ଏଭଳି ହେଉଛି ବୋଲି ଜଣାପଡିଛି। ତେଲିଆ ମୁଣ୍ଡରେ ତେଲ ଲଗାଇଲା ଭଳି ଯିଏ ପାଞ୍ଚ ରୁ ଦଶ ହଜାର ଟଙ୍କା ଦେଉଛି ସିଏ ପାଉଛି ଯିଏ ଦେଇ ପାରୁନି ସେ ବାଦ ପଡୁଛି।ଏହିଭଳି ମିଥ୍ୟା ପ୍ରତିଶ୍ରୁତିର ଶିକାର ହେଇଛନ୍ତି ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକର ପାଇ ପଞ୍ଚାୟତର ମହେନ୍ଦ୍ରପୁର ଗ୍ରାମର ସତର ଟି ଟାଇଲି ଛପର ଘର ବାସୀ। ଏହି ଗ୍ରାମରେ ୩୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାକାର ଜନ ସଂଖ୍ୟା ୧୫୦ ଅଟେ। ସମସ୍ତେ ଦିନ ମଜୁରିଆ କେହି କେହି ଜମି ମୂଲିଆ ଅଟନ୍ତି ଏମାନଙ୍କର ମୁଖ୍ୟ ଜୀବିକା ହେଉଛି ଜମି କିମ୍ବା ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି। ୩୦ ଘର ଭିତରେ ମାତ୍ର ୫ ରୁ ୭ ଟି ପରିବାରକୁ ବାସ ଗୃହ ମିଳିଛି। ବଳକା ଲୋକଙ୍କୁ ମିଳିପାରିନି ଏହାର କାରଣ କଣ ବୋଲି ଗ୍ରାମର ଗୁପ୍ତେଶ୍ଵର ମାଝୀ, ଲାଛିଗା ଲୁଙ୍କା ମାଝୀ, ମୁକୁନା ପ୍ରସକା ପ୍ରମୁଖ କହିଛନ୍ତି କି ଆମେ ସମ୍ପୂର୍ଣ ଗରିବ ଆମ ପାଖରେ ଲାଞ୍ଚ ଦେବା ପାଇଁ ଟଙ୍କା ନାହିଁ ତେଣୁ ଅବହେଳା କରାଯାଉଛି ବୋଲି କହିଛନ୍ତି। ଏହି ଗ୍ରାମଟି ପଞ୍ଚାୟତ ସଦର ମହକୁମାର ମାତ୍ର ୨ କିମି ଦୁରତରେ ରହିଅଛି କିନ୍ତୁ ଏଥିପ୍ରତି ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ଅଧିକାରୀଙ୍କ ଦୟାର ପାତ୍ର ହେଇ ପାରିନାହାନ୍ତି ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ୨୦୨୨ ସୁଦ୍ଧା ଚାଳ କି ଟାଇଲି ଛପର ଘର ରହିବ ନାହିଁ ପ୍ରତ୍ୟେକ ଗରିବଙ୍କୁ ପକ୍କା ଘର ମିଳିବ ବୋଲି ପ୍ରତିଶ୍ରୁତି ତାହା ଏହି ଭଳି ଗ୍ରାମକୁ ପହଞ୍ଚି ପାରିନାହିଁ ପ୍ରତିଶୃତି ପାଲଟିଛି ପ୍ରତାରଣା। ନିର୍ବାଚନ ଆସିଲେ ନେତାଙ୍କ ସୁଅ ଛୁଟେ ଓ ମିଥ୍ୟା ପ୍ରତିଶୃତି ମିଳେ ଭୋଟ ସରିଲେ ଯେଉଁ କଥାକୁ ସେହି କଥା ଦେଇ ଭୁଲି ଯାଆନ୍ତି। ଆଜି ସୁଦ୍ଧା ଗଙ୍ଗା ମିନିୟକା, ତୁର୍କୀ ପ୍ରାସ୍କା, ରୁଆଇ ମିନିୟକା, ଆସୁ ପ୍ରାସ୍କା, ବମନା କଡ୍ରକା, ରାମ କଡ୍ରକା, ଡମ୍ବରୁ ମିନିୟକା, ଲିଙ୍ଗ କଡ୍ରକା, କମିୟା କଡ୍ରକା, ରଘୁ କଡ୍ରକା, ପୂର୍ଣ ତିଆକା, ନୁକା କଡ୍ରକା, କୁସନ ପ୍ରାସ୍କା, ହଳ ପ୍ରାସ୍କା, କିତା ମିନିୟକା, ମୁକୁନା ପ୍ରାସ୍କା ଏହି ଯୋଜନାରୁ ବାଦ ପଡିଛନ୍ତି ୟାଙ୍କ ଭାଗ୍ୟରେ କେବେ ମିଳିବ ତାହା ପ୍ରଶ୍ନବାଚୀ ଅଟେ। ଏପରିକି ଗ୍ରାମର ମୁକୁନା ପ୍ରାସ୍କା ହେଉଛନ୍ତି ଜଣେ ବାସ ହୀନ ଲୋକ ୨୦୧୯ ମସିହାରେ ଲଗାଣ ବର୍ଷା ଯୋଗୁଁ ତାଙ୍କ ଘର ସମ୍ପୂର୍ଣ ଉଜୁଡି ଯାଇଥିଲା ସେ ବର୍ତମାନ ୟା ତା ପିଣ୍ଡାରେ ମୁଣ୍ଡ ଗୁଙ୍କୁ ଛନ୍ତି ବୋଲି ଗ୍ରାମର ମୁଖିଆ ଯାନୀ କାମୟ କଡ୍ରକା କଗିଛନ୍ତି।ଏହାର ପ୍ରଶ୍ନ କେଉଁ ଅଧିକାରୀ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ନାହିଁ। ଦେଖିବାକୁ ବାକି ରହିଲା ଏମାନଙ୍କ ଦୁଃଖ ଦୂର ହେଇ କେବେ ୟାଙ୍କ ଭାଗ୍ୟରେ ପକା ଘର ଜୁଟୁଛି ତାହା ଦେଖିବାକୁ ବାକି ରହିଲା।

related posts

Leave a Comment