Home Breaking News / ତାଜା ଖବର ଜନ ଶୁଣାଣ ହେବ ସତ୍ବେ ମଧ୍ୟ କଂଶାରିଗୁଡା ଠାରେ ଆଦିତ୍ୟ ବିର୍ଲା କାରଖାନା ନହେବାରୁ ରାଫକଣା ଠାରେ ରାସ୍ତାରୋକ

ଜନ ଶୁଣାଣ ହେବ ସତ୍ବେ ମଧ୍ୟ କଂଶାରିଗୁଡା ଠାରେ ଆଦିତ୍ୟ ବିର୍ଲା କାରଖାନା ନହେବାରୁ ରାଫକଣା ଠାରେ ରାସ୍ତାରୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ -୧୩/୦୧-(ଧନେଶ୍ବର ରାଉତ)-
ରାୟଗଡା ଜିଲା କାଶିପୁର ବ୍ଲକରେ କସାରିଗୁଡା ଠାର ଆଦିତ୍ୟ ବିରଲା କମ୍ଫାନି ନିମାର୍ଣ ହେବା ପାଇଁ ଜନ ଶୁଣାଣି ସୋରିଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୈାଣସି କାମ ଆରମ୍ଭ ହୋଇନାହି ଯାହାଫଳ ରେ ଆଜି ରୁପକଣା ଛକ ନିକଟରେ ସକାଳ ୬ଘଣ୍ଟାଠାରୁ ୧୨.୩୦ ମିନିଟ ପର୍ଯ୍ୟନ୍ତରାସ୍ତା ସମ୍ପୁର୍ଣରୁପେ ଚକ ଅଖ ବନ୍ଦ ହୋଇଥିଲା। ଆନ୍ଦୋଳନ କାଶିପୁର ବ୍ଲକର ଓ କୋରାପୁଟ ଜିଲାର କିଛି ଗ୍ରାମ ବାସୀ ଯୋଗଦେଇଥିଲେ। ସାଂସାଦ ସପ୍ତଗିରି ଉଲକା,ଦୁ୍ର୍ଗାପଣ୍ଡା,ଆପଲସ୍ଵାମି କାଡ୍ରାକା ମଧ୍ୟ ଯୋଗ ଦେଇଥିଲେ । କଂଶାରୀ ଗୁଡା ଠାରେ ହେବାକୁ ଥିବା ଅଦିତ୍ୟ ବିର୍ଲା କମ୍ପାନୀ ଆଜି କୁ ୧୪ ବର୍ଷ ବିତିଗଲେ ମଧ୍ୟ କୈାଣସି କମ୍ପାନୀ ହେବାର ନାଁ ନେଉ ନାହିଁ। ତେବେ ଗତ କିଛି ମାସ ତଳେ ଜନସୁଣାଣି ହେଇଥିଲା। କିନ୍ତୁ ଉକ୍ତ ଜନସୁଣାଣି ରେ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଉପସ୍ଥିତି ରେ ୩ ମାସ ଟାଇମ୍ ମାଗିଥିଲେ । କିନ୍ତୁ ୩ ମାସରୁ ଉର୍ଦ୍ଧ୍ବ ହେଇଗଲାଣି ଏ ପର୍ଯ୍ୟନ୍ତ କୌଣସି ସୁଚନା ମିଳି ନାହିଁ। ଯାହା ଫଳରେ ଆଜି ସକାଳୁ 6 ସମୟରୁ ଅପରାହନ 2ଟା ଯାଇ ରୁପକଣା ଛକ ରାସ୍ତା 326 ନମ୍ବ ଜାତୀୟ ରାଜ ପଥ ଅବରୋଧ କରି ଵସିଥିଲେ।ଆନ୍ଦଳନ କାରିଙ୍କ ମଧ୍ୟରୁ ଚାରିଜଣଙ୍କୁ ପୋଲିଷ ଉଠାଇନେବାରୁ ଘୋଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ଘୋଟଣାସ୍ଥଳରେ ରାୟଗଡା ଉପଜିଲାପାଳ, ରାୟଗଡା ଏସଡିପିଓ, ଅଞ୍ଚଳରେ ଥିବା ସମସ୍ତ ଥାନାର ଥାନା ଅଧିକାରୀ ସହ ୨ପ୍ଲାଟୁନ ଫୋର୍ସ ଉପସ୍ଥିତ ରହି ଥିଲେ।ଉପଜିଲ୍ଲପାଳ ଙ୍କୁ ମୂଖ୍ଯ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକି ପତ୍ରପ୍ରଦାନ କରାଯାଇ ଥିଲା।ଏକ ମାସ ମଧ୍ୟରେ ଯଦି କମ୍ପାନି କାମ ଆରମ୍ବ ନହେଲେ ସିଙ୍ଗାରାମ ରେଳ ଷ୍ଟେସନ ଠାରେ ରେଳ ରୋକ ଏବଂ ଖଣି ଖନନ ହେଉଥିବା ବାଫଲାମାଳି ଜିର ପୋଏଣ୍ଟ ଠାରେ ଅନିର୍ଦିଷ୍ଟ କାଳପାଇଁ ବନ୍ଦ କରାଯିବ ବୋଲି ଉଲ୍ଲେଖ ଅଛି।ଶେଷରେ ଅଟକ ଥିବା ଚାରିଜଣକୁ ଛାଡିଦେଲା ପରେ ୧୨:୩୦ମିନିଟରେ ରାସ୍ତାରୋକ ହଟିଥିଲା।

related posts

Leave a Comment