Home Breaking News / ତାଜା ଖବର କେବେ ପିକ୍‌ରେ ରହିବ ଓମିକ୍ରନ୍‌?

କେବେ ପିକ୍‌ରେ ରହିବ ଓମିକ୍ରନ୍‌?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୧୨/୦୧ : ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହା ପଛର ପ୍ରମୁଖ କାରଣ ଓମିକ୍ରନ୍‌ ବୋଲି ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଦେଶରେ କେବେ କମିବ ତୃତୀୟ ଲହର ସେ ନେଇ ସସ୍‌ପେନ୍ସ ଲାଗିରହିଛି । ବିଶ୍ବର ଅନେକ ଦେଶର ସ୍ବାସ୍ଥ୍ୟ ବିଶେଷଜ୍ଞ ଓମିକ୍ରନ୍‌କୁ ହାଲୁକା ଭାବେ ନନେବା ପାଇଁ ଚେତାବନୀ ଦେଇସାରିଛନ୍ତି । ଅନ୍ୟପଟେ ଭାରତରେ ତୃତୀୟ ଲହର କେବେ ପିକ୍‌ ରହିବ ସେ ନେଇ ମଧ୍ୟ ବିଶେଷଜ୍ଞମାନେ ଭିନ୍ନଭିନ୍ନ ମତ ପ୍ରକାଶ କରିଛନ୍ତି ।

ଏହାରି ମଧ୍ୟରେ ଆମେରିକାର ମିଶିଗନ୍ ୟୁନିଭରସିଟିର ଡାଟା ବୈଜ୍ଞାନିକ ଭ୍ରମର ମୁଖାର୍ଜୀ ଓମିକ୍ରନ୍‌କୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ପ୍ରଫେସର ମୁଖାର୍ଜୀ କହିଛନ୍ତି, ‘କରୋନା ଭାଇରସ୍‌ ପ୍ରତିଥର ଖୁବ ଶାନ୍ତ ଭାବେ ପିକ୍‌ କରୁଛି ଏବଂ ପରେ ବିସ୍ଫୋରଣ ହେଉଛି । କରୋନା ଭାଇରସକୁ ଆୟତକୁ ଆଣିବାକୁ ହେଲେ ପ୍ରଥମେ ଏହାକୁ ବୁଝିବାକୁ ହେବ । ଯେତେବେଳେ କୋଭିଡ୍ ପିକ୍‌ରେ ରହୁଛି ସେତେବେଳେ ଏହାକୁ ସମୂଳେ ନାଶ କରିବା ପାଇଁ ପ୍ରୟାସ କରାଯିବା ଉଚିତ । ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ଆବଶ୍ୟକ । କାରଣ ଭାରତ ବ୍ୟତିତ ଅନ୍ୟଦେଶମାନଙ୍କରେ ଯେତେବେଳେ କରୋନାର ନୂଆ ଭ୍ୟାରିଆଣ୍ଟ ଆତଙ୍କ ଖେଳାଉଛି ସେତେବେଳେ ଦେଶବାସୀ ଭାବୁଛନ୍ତି ଏହା ଭାରତକୁ ଆସିବ ନାହିଁ । କିନ୍ତୁ ପରେ ଅନୁମାନ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରୁଛି ।’

related posts

Leave a Comment