Home Breaking News / ତାଜା ଖବର ୪ ପର୍ଯ୍ୟନ୍ତ କୋର୍ଟକାର୍ଯ୍ୟ ବନ୍ଦ ନିଷ୍ପତ୍ତି

୪ ପର୍ଯ୍ୟନ୍ତ କୋର୍ଟକାର୍ଯ୍ୟ ବନ୍ଦ ନିଷ୍ପତ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣୁପୁର, (ରବି କିରଣ ପଣ୍ଡା) ରାୟଗଡ଼ା ଜିଲ୍ଲା ଗୁଣୁପୁର ଓକିଲ ସଂଘର ଏକ ଜରୁରୀ ବୈଠକ ମଙ୍ଗଳବାର ଅପରାହ୍ନରେ ହୋଇଯାଇଛି। ଓକିଲ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋର୍ଟ କାର୍ଯ୍ୟ ଯଥା ବିଚାରଣା ପ୍ରକ୍ରିୟାରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଜରୁରୀ କାର୍ଯ୍ୟରେ ଓକିଲମାନେ ଯୋଗଦେଇ କୋର୍ଟ କାର୍ଯ୍ୟ କରିବେ ବୋଲି ସ୍ଥିର କରିଥିଲେ। ଫେବୃଆରି ୪ ତାରିଖ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରଖିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି। ସମ୍ପାଦକ ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ ପ୍ରାରମ୍ଭିକ ସୁଚନା ଦେଇଥିବା ବେଳେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

related posts

Leave a Comment