Home Breaking News / ତାଜା ଖବର ହୋମ ଆଇସୋଲେସନରେ ଥିବା ରୋଗୀ ଶିଖିବେ ଯୋଗ

ହୋମ ଆଇସୋଲେସନରେ ଥିବା ରୋଗୀ ଶିଖିବେ ଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାମ ନେଉନାହିଁ | କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ଯୋଗ ଶ୍ରେଣୀ ବାବଦରେ ଘୋଷଣା କରିଛନ୍ତି । ଦିଲ୍ଲୀର ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସମସ୍ତ ରୋଗୀ ଯେଉଁମାନେ ଘରେ ଆଇସୋଲେସନରେ ଅଛନ୍ତି, ସେମାନଙ୍କୁ ଯୋଗ କରିବା ପାଇଁ ଏକ ଲିଙ୍କ ପଠାଯିବ। ଏହି କ୍ଲାସଗୁଡିକ ଆଠ ଘଣ୍ଟା ଧରି ଚାଲିବ | ଆପଣଙ୍କ ସୁବିଧା ଅନୁଯାୟୀ କ୍ଲାସ୍ ପାଇଁ ପଞ୍ଜିକରଣ କରନ୍ତୁ | ଚାଳିଶ ହଜାର ଲୋକ ଏକାସାଙ୍ଗରେ ଏହାର ଲାଭ ଉଠାଇ ପାରିବେ | ଗୋଟିଏ କ୍ଲାସରେ କେବଳ ପନ୍ଦର ଜଣ ରୋଗୀ ରହିବେ | ଆସନ୍ତାକାଲି ଠାରୁ ଏହି କ୍ଲାସ୍ ଆରମ୍ଭ ହେବ | ସେହିପରି ଡାକ୍ତରଖାନା ପରିଦର୍ଶନ ପାଇଁ ଏନସିଡିସି(ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ) ର ଏକ ଟିମ୍ ଗଠନ କରାଯାଇଛି |

related posts

Leave a Comment