Home Breaking News କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ତରଫରୁ ପ୍ରାଣୀ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ତରଫରୁ ପ୍ରାଣୀ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

by Times One Odia
Share with
     
 
 
   

ରାୟଗଡ-୧୧/୦୧-(ଧନେଶ୍ବର ରାଉତ)- ଆଜି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ତରଫରୁ ଗୁଣପୁର ବ୍ଲକ ଅନ୍ତର୍ଗତ ଶିରିଝୋଳି ଗ୍ରାମରେ ଏକ ପ୍ରାଣୀ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଦିନକୁ ଦିନ ଯନ୍ତ୍ରପାତିର ଵହୁଳ ଵ୍ୟଵହାର ଫଳରେ ପ୍ରାଣୀଧନ ଲୋପ ପାଇବାକୁ ବସିଲାଣି । ସେଇ ଵିଲୁପ୍ତ ପ୍ରାୟ ପ୍ରାଣୀଧନର ସୁରକ୍ଷା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ର ପ୍ରୟାସକୁ ବୁଦ୍ଧିଜୀବି ମାନେ ପ୍ରଶଂସା କରିଛନ୍ତି ।
ଉକ୍ତ ସ୍ବାସ୍ଥ୍ୟ ଶିବିରରେ ଗୁଣପୁର ବ୍ଲକ ପ୍ରାଣୀ ଅଧିକାରୀ ଡ଼ଃ, ରାଧେଶ୍ୟାମ ଦାସ ଓ ପ୍ରାଣିଧନ ନିରୀକ୍ଷକ ମାନେ ଯୋଗ ଦେଇଥିଲେ । ଏହି ଶିବିରରେ ଶିରିଝୋଳି ଓ ଏହାର ଆଖପାଖ ଗ୍ରାମର ପ୍ରାଣୀଧନ ତଥା ଗାଈ, ବଳଦ , ଛେଳି , ମେଣ୍ଡା , ମଇଁଷି ଇତ୍ୟାଦିଙ୍କୁ ଟିକାକରଣ କରାଯିବା ସହିତ ଆବଶ୍ୟକୀୟ ଔଷଧ , ଭିଟାମିନ , ମଲମ ଆଦି ଚାଷିମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ତରଫରୁ ବଣ୍ଟନ କରାଯାଇଥିଲା । ବ୍ଲକ ପ୍ରାଣୀଧନ ଅଧିକାରୀ ଡ଼ଃ, ଦାସ ଚାଷୀ ମାନଙ୍କୁ ଔଷଧର ପ୍ରୟୋଗ ଵିଧି ବିଷୟରେ ବୁଝାଇଥିଲେ । ଏବଂ ତତ୍ ସଙ୍ଗେ ସଙ୍ଗେ ପ୍ରାଣୀ ମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ ଟିକାକରଣ ଉପରେ ଗୁରୁତ୍ଵାରୋପ କରିଥିଲେ ।
କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା (ଗୁଣପୁର) ର ଵରିଷ୍ଠ ବୈଜ୍ଞାନିକ ଶ୍ରୀ ରାଜିବ ଟୁଡୁ , ଶ୍ରୀ ଵିନୋଦ ଚନ୍ଦ୍ର ବେହେରା ଓ କାର୍ଯ୍ୟକ୍ରମ ସହାୟକ ଶ୍ରୀ ପରିମଳ ତରାଇ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ଶିବିରଟି ଅନୁଷ୍ଠିତ ହେବା ଦ୍ବାରା ଚାଷୀ ଭାଇ ମାନେ ବିଶେଷ ଉପକୃତ ହେଵା ସହିତ ଉତ୍ସାହିତ ହୋଇଥିଲେ ।
ହାତ ପାଆନ୍ତାରେ ପଶୁ ଚିକିତ୍ସକ ଓ ଵରିଷ୍ଠ ବୈଜ୍ଞାନିକ ମାନଙ୍କ ଶିକ୍ଷା ଓ ପରାମର୍ଶ ପାଇ ଚାଷୀ ମାନେ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏପରି ପ୍ରାଣୀ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଅନୁରୋଧ କରିଥିଲେ ।

related posts

Leave a Comment