Home Breaking News / ତାଜା ଖବର ସୁମିତ- ତପସ୍ୱିନୀ ବିବାହ ବିବାଦ: ହାଇକୋର୍ଟ ଗଲେ ଡାକ୍ତର ସୁମିତ

ସୁମିତ- ତପସ୍ୱିନୀ ବିବାହ ବିବାଦ: ହାଇକୋର୍ଟ ଗଲେ ଡାକ୍ତର ସୁମିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ: ନୂଆ ମୋଡ଼ ନେଉଛି ବ୍ରହ୍ମପୁର ଡାକ୍ତର ସୁମିତ- ତପସ୍ୱିନୀ ବିବାହ ବିବାଦ। କେତେବେଳେ ସୁମିତଙ୍କ ବାପା ତ ପୁଣି କେତେବେଳେ ସୁମିତ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ମାମଲାକୁ ନେଇ ଆଜି ହାଇକୋର୍ଟରେ ପହଞ୍ଚିଛନ୍ତି ଡାକ୍ତର ସୁମିତ ସାହୁ। ଅପିଲ ଦାଖଲ ପାଇଁ ହାଇକୋର୍ଟ ଆସିଥିବା ସୂଚନା ମିଳିଛି। ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ସୁମିତ।
ଗତକାଲି ସୁମିତଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଆଜି ସୁମିତଙ୍କ ପକ୍ଷରୁ ରୁଜୁ ହୋଇଛି ଅପିଲ ମାମଲା। ପ୍ରକାଶ ଥାଉ କି, ଡାକ୍ତର ସୁମିତ ସାହୁ ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ବିବାଦ ମାମଲାର ଦୁଇଟି ପିଟିସନ୍ ଉପରେ ଆଜି ବ୍ରହ୍ମପୁର ଏସ୍.ଡି.ଜେ.ଏମ୍ କୋର୍ଟରେ ଶୁଣାଣି ହୋଇଥିଲା। ତପସ୍ୱିନୀଙ୍କ ମୁଖ୍ୟ ପିଟିସନରଙ୍କ ଉତ୍ତରରେ ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟରେ ଜବାବ ରଖିଥିଲେ ସୁମିତଙ୍କ ଓକିଲ। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ସ୍ଥିର କରାଯାଇଛି।

related posts

Leave a Comment