Home Breaking News / ତାଜା ଖବର ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍‌ ଅନର୍‌’

ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍‌ ଅନର୍‌’

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭେଟେରାନ୍‌ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି । ମିହିର ଦାସଙ୍କ ବିୟୋଗ ଖବରକୁ ବିଶ୍ବାସ କରିପାରୁନାହାନ୍ତି ସିନେ ପ୍ରେମୀ । ହୃଦଘାତର ଶିକାର ହୋଇ ଗତ କିଛିଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମିହିରଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬3 ବର୍ଷ ବୟସ ହୋଇଥିଲା ।

ତେବେ ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାନେଇ ସୂଚନା ମିଳିଛି । ଓଡିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅବଦାନକୁ ସମ୍ମାନ ଜଣାଇ ‘ଗାର୍ଡ ଅଫ୍ ଅନର୍’ ସହ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବ । ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଏ ନେଇ ସୂଚନା ଦେଇଛନ୍ତି ।

related posts

Leave a Comment