Home Breaking News / ତାଜା ଖବର କୋଭିଡ ସଂକ୍ରମିତ ହେଲେ ସ୍ୱର ସାମ୍ରାଜ୍ଞୀ

କୋଭିଡ ସଂକ୍ରମିତ ହେଲେ ସ୍ୱର ସାମ୍ରାଜ୍ଞୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ୱାଇ ୧୧/୦୧: କରୋନା କବଳରେ ସାରା ବିଶ୍ୱ । ପୂରା ଦୁନିଆକୁ କଲବଲ କଲାଣି ଏହି ମହାମାରୀ । ତେବେ ଏଥିରୁ ବାଦ ପଡିନାହାନ୍ତି ଜଣାଶୁଣା ଅଭିନେତା, ଅଭିନେତ୍ରୀ ତଥା ରଜନେତା । ଏବେ ଏହି ଲିଷ୍ଟର ସାମିଲ ହୋଇଛନ୍ତି ବଲିଉଡର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ତାଙ୍କ ଠାରେ କୋଭିଡ ଥିବା ସ୍ପଷ୍ଟ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପରିବାରର ଜଣେ ସଦସ୍ୟ କହିଛନ୍ତି ତାଙ୍କ ଠାରେ କୋଭିଡର ସାମାନ୍ୟ ଲକ୍ଷଣ ଅଛି । ତେବେ ତାଙ୍କର ବୟସ ଅଧିକ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିମୋନିଆରେ ବି ସଂକ୍ରମିତ ଅଛନ୍ତି । ୯୨ ବର୍ଷୀୟ ଲତା ମଙ୍ଗେସକରଙ୍କ ଭାଣିଜୀ ଏ ନେଇ ଗମମାଧ୍ୟମଙ୍କୁ ସୂଚନ ଦେଇଛନ୍ତି ।

related posts

Leave a Comment