Home Breaking News / ତାଜା ଖବର ସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୧/୦୧-(ଧନେଶ୍ବର ରାଉତ)- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ୧୯୮୩ ମସିହାରେ ସ୍ଥାପିତ ବ୍ଲକ ର ଦ୍ଵିତୀୟ ବର୍ତ୍ତମାନର ଖ୍ୟାତି ସମ୍ପନ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଦୀର୍ଘ ଦିନ କାର୍ଯ୍ୟ ରତ ପ୍ରିୟ ଶିକ୍ଷକ ଶ୍ରୀ ଦିଲିପ୍ କୁମାର ପଣ୍ଡା ଓ ଶିକ୍ଷୟିତ୍ରୀ ସୁନୀତା ପାଢ଼ୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇ ଯାଇଛି। ଶ୍ରୀ ପଣ୍ଡା ମହୋଦୟ ୪/୯/୧୯୮୬/ଦିନ ଏହି ବିଦ୍ୟାଳୟରେ ଯୋଗଦାନ କରିଥିଲେ ଦୀର୍ଘ ୩୫ ବର୍ଷ କାଳ ଶିକ୍ଷାଦାନ କରି ଅନେକ ମେଧାବୀ ଛାତ୍ର ଛାତ୍ରୀ ଙ୍କର ସେ ସଫଳ ଭବିଶ୍ୟତ ନିର୍ମାଣ ପାଇଁ ପଥ ପ୍ରଦର୍ଶକ ହୋଇଥିଲେ।ସେଜଣେ ହିନ୍ଦୀ ବିଷୟ ଶିକ୍ଷକ ଥିଲେ କିନ୍ତୁ ବିଦ୍ୟାଳୟର ଶିକ୍ଷକ ଅଭାବ ଥିବା ସମୟରେ ସବୁ ବିଷୟ ପାଇଁ ଶିକ୍ଷାଦାନ କରି ସମସ୍ତଙ୍କ ମନ ଜିଣି ପାରିଥିଲେ।ତେଣୁ ତାଙ୍କର ନିକଟରେ ସ୍ଥାନାନ୍ତର ହେବା ଖବର ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦୁଃଖ ପ୍ରକାଶ କରିବା ସହ ତାଙ୍କର ସୁଖ, ସୁସ୍ଥ, ଉନ୍ନତି ପାଇଁ କାମନା କରିଛନ୍ତି ସେହିପରି ସୁନୀତା ପାଢ଼ୀ ମହୋଦୟା ବି ଛାତ୍ରଛାତ୍ରୀ ଙ୍କ ଅତି ପ୍ରିୟ ଥିଲେ ପଠା ପଢ଼ା ସହ ଉଜ୍ଜ୍ୱଳ ଭବିଶ୍ୱତ ଗଢ଼ିବା ପାଇଁ ସେ ପିଲାଙ୍କୁ ପ୍ରେରଣା ଦେଇ ଆସୁଥିଲେ। ଉଭୟଙ୍କ ହାଟ ସେସଖାଲ ଓ ଇଲେକ୍ଟ୍ରି କଲୋନୀ ବିଦ୍ୟାଳୟକୁ ସ୍ଥାନାନ୍ତର ହୋଇଛି। ଆଜି ଆନୁଷ୍ଠାନିକ ଭାବେ ବିଦ୍ୟାଳୟରେ ଦୁହିଁଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା ।ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ଗିରି , ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ସୁଦୀପ କୁମାର ସାହୁ, ଭୋଳନାଥ ପ୍ରଧାନ ,ତାପସ କୁମାର ଦଳାଇ, ବସନ୍ତ କୌଶଲ୍ୟା, ରାକେଶ ତାରିଣୀ, ପ୍ରିୟଦର୍ଶିନୀ ରାଉତ, ମମତା ନନ୍ଦ, ରୋଜାଲୀନ୍ ଦାସ, ବିଦ୍ୟାଳୟର ଅନ୍ୟ କର୍ମଚାରୀ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହିଥିଲେ।

related posts

Leave a Comment