Home Breaking News / ତାଜା ଖବର ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତରାମ ଦଣ୍ଡସେନା: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଆଜି ରାତ୍ର 2ଘଣ୍ଟା ରେ ଅକାଳ ବିୟୋଗ ହୋଇଯାଇଛି l ତାଙ୍କୁ ପ୍ରାୟ 85ବର୍ଷ ହେଉଥିଲା, ସେ ଭୁବନେଶ୍ୱର ର ସରକାରୀ ବାସଭବନରେ ହଠାତ ନିଧନ ହୋଇଯାଇଥିବା ସୂଚନା ମିଳିବା ପରେ ବୋଡେ଼ନ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ସେ ବୋଡେ଼ନ ବ୍ଲକ ବୋଏର ଗାଁ ରେ ଜନ୍ମ ହୋଇପ୍ରଥମେ ବ୍ଲକ ଅଧକ୍ଷ ଭାବେ ଅନେକ ଦିନ କାର୍ଯ୍ୟ ତୁଲାଇଥିଲେ, ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରୁ 5ଥର ବିଧାୟକ ହୋଇ ତିନିଥର ନବୀନ ସରକାର ଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ l ତାଙ୍କ ବିୟୋଗରେ ବୋଡେ଼ନ ଅଂଚଳ ର ଅପୂରଣୀୟ କ୍ଷତି ହେବା ଚର୍ଚ୍ଚା ହେଉଛି l ବୁଧବାର ଦିନ ତାଙ୍କ ନିଜଗ୍ରାମରେ ଶେଷ କୃତ୍ୟ ସମ୍ପନ୍ନ ହେବା ସୂଚନା ମିଳିଛି l

related posts

Leave a Comment