Home Breaking News / ତାଜା ଖବର କଡ଼ା ହେଲା କଟକଣା: ଦିଲ୍ଲୀରେ ବନ୍ଦ ହେଲା ଘରୋଇ କାର୍ଯ୍ୟାଳୟ

କଡ଼ା ହେଲା କଟକଣା: ଦିଲ୍ଲୀରେ ବନ୍ଦ ହେଲା ଘରୋଇ କାର୍ଯ୍ୟାଳୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା କଡ଼ାକଡ଼ି କରୁଛନ୍ତି ସରକାର। ଆଜିଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ନୂତନ ଗାଇଡଲାଇନରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ କାର୍ଯ୍ୟାଳୟ ବ୍ୟତୀତ ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହିତ, ସମସ୍ତ ରେସ୍ତୋରାଁ ଏବଂ ବାରଗୁଡିକ ବନ୍ଦ ରହିବ। କେବଳ ପାର୍ସଲ ଏବଂ ଅନଲାଇନ ବିତରଣକୁ ଅନୁମତି ଦିଆଯିବ।

ପୂର୍ବରୁ ୫୦% କର୍ମଚାରୀଙ୍କ ସହ ଘରୋଇ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଏବେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସମସ୍ତ କର୍ମଚାରୀ ଘରେ ରହି କାମ କରିବେ। ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀ ହିଁ କେବଳ ଅଫିସ ଆସିପାରିବେ।

related posts

Leave a Comment