Home Breaking News / ତାଜା ଖବର ବଦନଦୀ ଦକ୍ଷିଣ ପାର୍ଶ୍ୱ ବନ୍ଧର ଉନତିକରଣ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବଦନଦୀ ଦକ୍ଷିଣ ପାର୍ଶ୍ୱ ବନ୍ଧର ଉନତିକରଣ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର (ରଙ୍କନିଧି ଦାଶ ):ଭଞ୍ଜନଗର ବ୍ଲକର କୋଟିବରାଡ଼ି ଗ୍ରାମଠାରେ ବଦନଦୀର ଦକ୍ଷିଣ ପାର୍ଶ୍ଵ ଉନ୍ନତିକରଣ ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ହେଇଯାଇଅଛି. ଏହି ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତୀ ବିକ୍ରମ କେଶରୀ ଆରୁଖ ଏହାକୁ ଲୋକାର୍ପଣ କରିଛନ୍ତି.ପ୍ରାୟ 12 କୋଟି ବ୍ୟୟ ଅଟକଳ ରେ ଏହି କାର୍ଯ୍ୟ ଭଞ୍ଜନଗର ବ୍ଲକର କୋଟିବରାଡ଼ି ଠାରୁ ଆରମ୍ଭ ହୋଇ କୁଲାଡ଼, ଭେରେଡା, ସାଣପଲି, ଡିହ ପଢାଳ ଗ୍ରାମ ଦେଇ ବେଲଗୁଣ୍ଠା ବ୍ଲକର ଢ଼ୀମ୍ବିରିପଲ୍ଲୀ, ରତଙ୍ଗ, ଇଙ୍ଗିନାଠୀ ଦେଇ ମନ୍ଦାର ଗ୍ରାମ ପର୍ଯ୍ୟନ୍ତ ବଡ଼ ନଦୀ ର ଦକ୍ଷିଣ ପାର୍ଶ୍ୱର ହିଡ଼କୁ ସୁଦୃଢ କରିବ. କାର୍ଯ୍ୟକ୍ରମରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦେବଦତ୍ତ ପଣ୍ଡା, ଭଞ୍ଜନଗର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଗୋକୁଳ ଚନ୍ଦ୍ର ପାଢ଼ୀ, ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ବିନ ବେହେରା, ବିଡିଓ ଅନିଲ କୁମାର ସେଠି, ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ସାଂସଦ ପ୍ରତିନିଧି ଦିବାକର ନାୟକ, ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଯୁବନେତା ବୁଲୁ ରାଜୁ, ରାଜୀବ ଲୋଚନ ରାଜୁ ପ୍ରମୁଖ ଯୋଗ ଦେଇଥିଲେ. କାର୍ଯ୍ୟକ୍ରମ କୁ ସମାଜ ସେବୀ ଶୂଳପାଣି ଶତପଥି ସଂଯୋଜନା କରିଥିଲେ.

related posts

Leave a Comment