Home Breaking News / ତାଜା ଖବର ଗୁଣୁପୁର ପୋଲିସର ଆକ୍ସନ ମୂଡ଼ , ଗଳି କନ୍ଦିରେ କରୋନା କଟକଣା ନେଇ ସଚେତନତା ଅଭିଯାନ

ଗୁଣୁପୁର ପୋଲିସର ଆକ୍ସନ ମୂଡ଼ , ଗଳି କନ୍ଦିରେ କରୋନା କଟକଣା ନେଇ ସଚେତନତା ଅଭିଯାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୧/୦୧-(ଧନେଶ୍ବର ରାଉତ)-ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପରିପେକ୍ଷିରେ ରାୟଗଡା ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ଆମ ପୋଲିସ ସମିତି ତରଫରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ । ଆଜି ପୋଲିସ, ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ସହରର ଗଳିକନ୍ଦି ରେ ବୁଲିବୁଲି ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜର ବ୍ୟବହାର କରିବା , ଦୋକାନ ବଜାରରେ ଅଯଥା ଭିଡ଼ ନ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ଦୋକାନୀ ମାନେ , ଗ୍ରାହକଙ୍କୁ ଅଯଥା ଭିଡ଼ ନକରି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା । ଆଜି ସୁଦ୍ଧା ଜିଲ୍ଲାରେ ମୋଟ 210 କରୋନା ସକ୍ରିୟ ମାମଲା ରହିଛି । କଟକଣା ନ ରହିଲେ ସ୍ଥିତି ସମ୍ଭାଳିବା ମୁସ୍କିଲ ହୋଇ ପଡିବ ବୋଲି ପ୍ରଶାସନ ଚେତାବନୀ ଦେଇଛି ।
ସଂକ୍ରମଣରୁ ବଞ୍ଚିବାକୁ ହେଲେ ଟୀକାକରଣ ନିହାତି ଜରୁରୀ । ତେଣୁ ଟୀକା ନେଇନଥିବା ବ୍ୟକ୍ତି ତୁରନ୍ତ ଟୀକା ନେବାପାଇଁ ପ୍ରଶାସନ ଆହ୍ୱାନ ଦେଇଛି । କେତେକ ଅମାନିଆଙ୍କୁ ସାବାଡ଼ କରିବାକୁ ଓ ସଚେତନତାର ବାର୍ତା ଦେବାକୁ ଆଜି ପୋଲିସି ବିଭାଗ , ରାଜସ୍ବ ବିଭାଗ ଓ ପୌରପରିସଦର କର୍ମଚାରୀ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେବେ ପ୍ରଶାସନର ଏପରି ଆକ୍ସନ ମୂଡ଼ରେ ଜନସାଧାରଣ କତେ ସଚେତନ ହେଉଛନ୍ତି ଦେଖିବାକୁ ବାକି ରହିଲା ।

related posts

Leave a Comment