Home Uncategorized ପ୍ରେସ କ୍ଳବ ଓ ପୋଲିସ ମିଳିତ ଭାବେ କରନା ସଚେତନ ବାର୍ତ୍ତା ବାଣ୍ଟିଲେ

ପ୍ରେସ କ୍ଳବ ଓ ପୋଲିସ ମିଳିତ ଭାବେ କରନା ସଚେତନ ବାର୍ତ୍ତା ବାଣ୍ଟିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୧/୦୧-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ରେ କରନା ଓ ଅମିକ୍ରୋନ ର ଭୟାବହ ପରିସ୍ଥିତି ସୃଷ୍ଟି ହେଉଥିବା କାରଣ ରୁ ପ୍ରଶାସନ ଲୋକଙ୍କୁ ସତର୍କ କରି ସଚେତନ ରହିବା ପାଇଁ ଅନେକ ପ୍ରକାର କୋଟକଣା ଜରିରଖିଛି । ସେହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅଞ୍ଚଳ ରେ ନୂତନ ଭାବେ ଗଠିତ ପ୍ରେସ କ୍ଳବ ଓ ପୋଲିସ ର ମିଳିତ ସହାୟତା ରେ କୁମାରଗୁଡା ଛକଠାରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ଅମାନିଆକୁ ପୋଲିସ ତାଗିଦ କରିବା ସହ ଫାଇନ ଆଦାୟ କରିଥିଲେ। କରନା ବଢୁଥିବା ସାମ୍ପ୍ରତିକ ପରିସ୍ଥିତି ରେ ସାମାଜିକ ଦୂରତା ରକ୍ଷା କରିବା ,ମାସ୍କ ପିନ୍ଧିବା,ସାବୁନ ରେ ହାତ ଧୋଇବା, ଗଳା ଶୁଖିଲେ ଗଳା ଓଦା କରିବାକୁ ଗରମ ପାଣି ପିଇବା, ଜ୍ୱର ସରଦୀ ହେଲେ ଡାକ୍ତର ପରାମର୍ଶ କରିବା, ଅତି ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ଭଳି ସଚେତନ ବାର୍ତ୍ତା ଲୋକଙ୍କୁ ବୁଝାଇ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ଏସ ଆଇ ସଞ୍ଜୟ କୁମାର ମୁର୍ମୁ, କନେଷ୍ଟ ବଳ ଶିବ ପଟନାୟକ, ରିତା ରାଣୀ କରକରିଆ, ଓ ପି ଏଫ ଚନ୍ଦ୍ର କାନ୍ତ ଶବର, ଏବଂ ପ୍ରେସ କ୍ଳବ ତରଫରୁ ସଭାପତି ଅକ୍ଷୟ ପିଡିସିକା, ଉପ ସଭାପତି ଧନେଶ୍ବର ରାଉତ, ସମ୍ପାଦକ ସନ୍ତୋଷ ଲମତା, ସାଧାରଣ ସମ୍ପାଦକ ସନ୍ତୋଷ ବଛା, ମଣ୍ଡୁ ଦଣ୍ଡସେନା, ପ୍ରଦୀପ ଦଳାଇ, ମାଲେଶ କୌଶଲ୍ୟା ପ୍ରମୁଖ ଯୋଗଦେଇଥିଲେ। ସଭାପତି ଶ୍ରୀ ପିଡିସିକା କହିଥିଲେ କି ଆଗାମୀ ଦିନରେ ମିଡିଆ ପବ୍ଲିଶ ସହ ସମାଜ ସେବା ଜାରି ରହିବ ବୋଲି। ପୋଲିଶ ର ସହାୟତାକୁ ପ୍ରେସ କ୍ଳବ ତରଫରୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଅନେକ ପ୍ରକାର1ଜନ ମଙ୍ଗଳ କାମ ମିସିକି କରାଯିବ ବୋଲି କୁହାଯାଇଛି।

related posts

Leave a Comment