Home Breaking News / ତାଜା ଖବର ବ୍ଲକ ସ୍ତରୀୟ ପୁରୁଷ ଏବଂ ମହିଳା ହକି  ପ୍ରତିଯୋଗିତା ଅନୁଷ୍ଠିତ

ବ୍ଲକ ସ୍ତରୀୟ ପୁରୁଷ ଏବଂ ମହିଳା ହକି  ପ୍ରତିଯୋଗିତା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା,୧୦।୦୧: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣିପାଲି ଗ୍ରାମ ଖେଳ ପଡିଆରେ ନେହେରୁ ଯୁବ କେନ୍ଦ୍ର ସୋନପୁର ତତ୍ବାବଧାନରେ ସାନ୍ତିପ୍ରକାଶ ଯୁବକସଂଘର ସହାୟତାରେ ବ୍ଲକ ସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ଆଠଟି ପୁରୁଷ ଏବଂ ମହିଳା ହକି ଦଳ ଆସି ଅଂଶ ଗ୍ରହଣ କରିଥିଲେ। ପୁରୁଷ ହକି ଦଳ ମଧ୍ଯରୁ ପ୍ରଥମ ସେମି ଫାଇନାଲ ମ୍ଯାଚଟି ସିଣ୍ଢୋଲ ଏବଂ ଲମତୁଲ ମଧ୍ଯରେ ହୋଇଥିବା ବେଳେ ସିଣ୍ଢୋଲ ୨-୦ ଲମତୁଲକୁ ହରାଇ ଫାଇନାଲରେ ପହଞ୍ଚି ଥିଲା। ସେହିପରି ଭାବେ ଦ୍ବିତୀୟ ସେମିଫାଇନାଲ ମ୍ଯାଚଟି ଦକ୍ଷିଣିପାଲି ଏବଂ ଗିନ୍ଦିଲାମାଲ ମଧ୍ଯରେ ହୋଇଥିବା ବେଳେ ଏଥିରେ ଟାଇବ୍ରେକର ୩-୨ ରେ ଦକ୍ଷିଣିପାଲି ବିଜୟୀ ହୋଇ ଫାଇନାଲକୁ ପହଞ୍ଚି ଥିଲା। ତେବେ ଫାଇନାଲ ମ୍ଯାଚଟି ଦକ୍ଷିଣିପାଲି ଏବଂ ସିଣ୍ଢୋଲ ଦଳ ମାଧ୍ଯମରେ କଡା ମୁକାବିଲା ହୋଇଥିବା ବେଳେ ଟାଇବ୍ରେକରେ ଦକ୍ଷିଣିପାଲି ଦଳ ୪-୧ ରେ ଦକ୍ଷିଣିପାଲି ଦଳ ମ୍ଯାଚ ଜିତି ଚାମ୍ପିଅନ୍ ହୋଇଥିଲା। ଅନ୍ଯପଟେ ଜଉଁରାଭଉଁରା ଏବଂ ସିଣ୍ଢୋଲ ମହିଳା ହକି ଦଳ ମଧ୍ଯରେ ହୋଇଥିବା ଖେଳରେ ଜଉଁରାଭଉଁରା ଦଳ ସିଣ୍ଢୋଲ ଦଳକୁ ୩-୨ ଟାଇବ୍ରେକର ଗୋଲ ଦେଇ ଚାମ୍ପିଅନ୍ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ପବିତ୍ର କୁମାର ବାରିକ, ଆନ୍ତର୍ଜାତିୟ ତାଏକୋଣ୍ଡୋ ଖେଳାଳି ଶୁଭମ ପଟ୍ଟନାୟକ ଏବଂ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ରାଜନୈତିକ ବିଭାଗର ଅଧ୍ଯାପକ କୂଳମଣି ସାହୁ ପ୍ରମୁଖ ଯୋଗଦେଇ ବିଜେତା ଏବଂ ଉପ ବିଜେତା ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ। ଖେଲକୁ ସୁବାସ ଚନ୍ଦ୍ର ବାର୍ଲା ଓ ମାନୁଏଲ୍ ବୋଡ ପରିଚାଳନା କରିଥିବା ବେଳେ ଧାରା ବିବରଣୀ କରିଥିଲେ ସମିର କାଣ୍ଡୁଲାନା, ଜେନେରୁଶ କାଣ୍ଡୁଲାନା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ଭୁରାଜ କର୍ଣ୍ଣ, ହ୍ରୁଶିକେଶ ଦେହେରି ଏବଂ କାର୍ଯ୍ୟକ୍ରମ ଶେ ସରେ ଧନ୍ଯବାଦ ଅର୍ପଣ କରିଥିଲେ ଧବଳେଶ୍ଵର ଭୁକ୍ତା

related posts

Leave a Comment