Share with
ଭୁବନେଶ୍ୱର, ୧୦/୦୧: ପଶ୍ଚିମବଙ୍ଗରୁ ୬୫କୋଟି ହେରୋଇନ ଜବତ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ଆସନ୍ତାକାଲି ଓଡିଶା କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ ପଶ୍ଚିମବଙ୍ଗ ଯିବା ନେଇ ଜଣାପଡ଼ିଛି । ଏହି ଘଟଣାରେ ଓଡିଶାର ଯୁବକଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ ।
ତେବେ ଏହି ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ କ୍ରାଇମବ୍ରାଞ୍ଚ ଆଇଜିଙ୍କ ସହ ଆଲୋଚନା ହୋଇଛି । ଜଣେ ଡିଏସପିଙ୍କ ନେତୃତ୍ବରେ ଏହି ଟିମ୍ ପଶ୍ଚିମବଙ୍ଗ ଯିବେ ।ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।