Home Breaking News / ତାଜା ଖବର ୭୨ ଲକ୍ଷ ମହାମନ୍ତ୍ର ପୂର୍ତ୍ତି ଉପଲକ୍ଷେ ମହାଯଜ୍ଞ ଓ ଗୀତା ପରାୟଣ

୭୨ ଲକ୍ଷ ମହାମନ୍ତ୍ର ପୂର୍ତ୍ତି ଉପଲକ୍ଷେ ମହାଯଜ୍ଞ ଓ ଗୀତା ପରାୟଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୦/୦୧-(ଧନେଶ୍ବର ରାଉତ)–ରାୟଗଡ ଜିଲ୍ଲା ବିଶ୍ୱ କଲ୍ୟାଣ ସାଧନ ସମିତି ଦ୍ୱାରା ବିଶ୍ୱମଙ୍ଗଳ ପାଇଁ ଯୋଜନା କରାଯାଇଥିବା ଏକ କୋଟି ମହାମନ୍ତ୍ର ଜପ କରି ବିଶ୍ୱବାସୀଙ୍କୁ ଆୟୁ ଆରୋଗ୍ୟ କାମନା କରି ଏହି ଯୋଜନା କରାଯାଇଥିଲା। ସେହି ଜପର ପଶ୍ଚୟ ଧାବନ କରି ଅନେକ କାର୍ଯ୍ୟକ୍ରମ କରି ଆଜି ବାସ୍ତରୀ ଲକ୍ଷରେ ପହଞ୍ଚି ଥିବାରୁ ଏହାକୁ ନେଇ ଯଜ୍ଞାନୁଷ୍ଠାନ କରାଯାଇଛି। ଏହି ଯଜ୍ଞ ରାୟଗଡ ଜିଲ୍ଲା କୋତାପେଟା ପଞ୍ଚାୟତ ସିଲିଟିଗୁଡା ଗ୍ରାମରେ ଥିବା ଧ୍ୟାନ ହନୁମାନ ମନ୍ଦିର ର ସପ୍ତରୁଷି ଧ୍ୟାନ ଯୋଗ ପୀଠରେ ଆୟୋଜନ କରାଯାଇଥିଲା। କରନା ମହାମାରୀ ରୁ ଜନ ମାନସକୁ ମୁକ୍ତି ପାଇଁ ଏହି ଯୋଜନା କଲ୍ୟାଣ ସମିତିର ସଂସ୍ଥାପକ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜି କରି ଆରମ୍ଭ କରିଥିଲେ। ଏହି ଅବସରରେ ଗ୍ରାମେ ଗ୍ରାମେ ବୁଲି ସଂସ୍କାର କାର୍ଯ୍ୟକ୍ରମ, ଦୀକ୍ଷା, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଅଗ୍ନିହୋତ୍ର ଯଜ୍ଞ, ଯୋଗ ସାଧନା ଆଦି ଅଧ୍ୟତ୍ମିକ କର୍ମ ମାନ କରିଚାଲିଛି ଏହି ସମିତି। ଏହି ଅଭିଯାନରେ ସାମିଲ ହେଇ ନିଜ ମନ୍ତ୍ରକୁ ଗଣତିରେ ରଖିବା ପାଇଁ ପ୍ରାୟ ୩୦ ହଜାର ମହାମୃତ୍ୟୁଞ୍ଜୟ ମନ୍ତ୍ର ଲିଖନ ପୁସ୍ତିକା ବଣ୍ଟନ କରିବା ସହ ଏହାକୁ ସଂଗ୍ରହ କରିବାରେ ତତ୍ପର ଅଟନ୍ତି। ଏହି ଅବସରରେ ତ୍ରିନାଥ ସାହୁ ଓ ମାତୃମଣ୍ଡଳୀଙ୍କ ତତ୍ୱାବଧାନରେ ଗୀତା ପାରାୟଣ ବିଷ୍ଣୁ ସହସ୍ର ନାମ , ଯଜ୍ଞାନୁଷ୍ଠାନ କରାଯାଇଛି। ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ର ଉପ ସଭାପତି ଆଲୁ ଶଙ୍କର ରାଓ, ଦେବସେନ ଓଡିଶା ପ୍ରଦେଶର ପଶ୍ଚିମ ପ୍ରାନ୍ତ ମହା ସଚିବ ରାଜେନ୍ଦ୍ର ସାହୁ ସପତ୍ନୀଙ୍କ,ଜିଲ୍ଲା ପରିଷଦ ମେମ୍ବର ଗୌରୀ ଶଙ୍କର, ଠିକାଦାର ବରିଷ୍ଠ ସମାଜ ସେବୀ କମଳ ସିଂ,ଜେ କେ କାଗଜ କଳର ରାଜୁ ତିବାରି, ସିଟୁ ର ନେତା ହରି ଚନ୍ଦନ,ଜି ଚିରଞ୍ଜିବି, ଚୈତନ୍ୟ ସ୍କୁଲ ର ନିର୍ଦେଶକ ଶ୍ରୀ ସମ୍ପତ ବାବୁ, ସିଂହା ଜି ଙ୍କ ପରିବାର ଓ ହନୁମାନ ପରିଚାଳନା କମିଟି ,ସଭାପତି ଏଙ୍କାନା ଭାଇ କୃଷ୍ଣ ଓ ଉପେନ୍ଦ୍ର ଭାଇ ସମେତ ଗ୍ରାମର ମାତୃ ମଣ୍ଡଳୀ ଯୋଗଦେଇଥିଲେ। ଯଜ୍ଞାନୁଷ୍ଠାନ ଉପରାନ୍ତ ଅନ ପ୍ରସାଦ ସେବନ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଣ୍ଟନ ସ୍ୱାମୀଚୈତନ୍ୟ ରାମଜୀଙ୍କ କର କମଳରେ ପ୍ରଦାନ କରାଯାଇଛି।

related posts

Leave a Comment