ବିନିକା ୧୦/୧
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ମଣ୍ଡିରେ ଧାନକିଣା କୁ ନେଇ ଅଚଳାବସ୍ଥା ହୋଇଛି।ଧାନକିଣାରେ ଅବ୍ୟବସ୍ଥା ଯୋଗୁଁ ମଣ୍ଡିପରିସରରେ ଉତ୍ତେଜନା ପରିସ୍ଥିତି ଦେଖାଦେଇ ଥିଲା।ଚାଷୀଙ୍କ ଧାନ ନ ଉଠିବା,କଟନି ଛଟନି ଓ ମଣ୍ଡିରେ ଧାନ ପକାଇଲା ପରେ ପଲିଥିନ ନ ଦେବା ଆଦି ଅଭିଯୋଗ ନେଇ ଉତ୍ୟକ୍ତ ଚାଷୀ ମଣ୍ଡିରେ ତାଲା ପକାଇ ମଣ୍ଡି ସମ୍ମୁଖରେ ଧାରଣା ଦେଇ ଥିଲେ।ଚାଷୀଙ୍କ ଅଭିଯୋଗମତେ ଧାନ ବିକ୍ରି ବେଳେ କୁଇଣ୍ଟାଲ ପ୍ରତି ୩ରୁ ୪କେଜି କଟନି ହେବା ସହିତ ଟୋକନ ପାଇଥିବା ଚାଷୀଙ୍କ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଥିଲା।ଦୀର୍ଘଦୀନ ହେଲା ମଣ୍ଡିରେ ଧାନ ପକେଇଥିଲେ ମଧ୍ୟ ଠିକ ଭାବେ ଚାଷିଙ୍କ ଧାନ ଉଠୁ ନାହିଁ ।ମଣ୍ଡିରେ ଧାନ ପଡିଥିଲେ ମଧ୍ୟ ଧାନ ଘୋଡାଇବା ପାଇଁ ପଲିଥିଲ ମଧ୍ୟ ଦିଆଯାଉ ନାହିଁ।ଏହାର ପ୍ରତିବାଦରେ ଚାଷୀମାନେ ଅପରାହ୍ନ ୪ଘଣ୍ଟା ସମୟରୁ ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁଙ୍କ ନେତୃତ୍ବରେ ଧାରଣା ଦେଇଥିଲେ।ଚାଷୀନେତା ଅଚ୍ୟୁତ ପଧାନ,କାର୍ତ୍ତିକ ପଧାନ,ବୃନ୍ଦାବନ ଅଦରକୁଲିଆ,ଗୋପାଳ ସାହୁ,ପ୍ରଫୁଲ୍ଲ ସାହୁ,ରମେଶ ମିର୍ଦ୍ଧା,ବିନୋଦ ସେଠୀ,ଜନ୍ମେଜୟ ପଧାନ ପ୍ରମୁଖ ଧାରଣା ଦେଇଥିଲେ।ଖବରପାଇ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଓ ଯୋଗାଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ ଉକ୍ତ ମଣ୍ଡିକୁ ଆସି ଚାଷୀଙ୍କ ସହିତ ଆଲୋଚନା କରିଥିଲେ।ଚାଷୀ ଙ୍କ ସବୁ ଦାବୀ କୁ ଗୁରୁତ୍ବଦିଆ ଯିବ ବୋଲି ପ୍ରତିସୃତି ଦେଇଥିଲେ।ପ୍ରାୟ ୨ଘଣ୍ଟାପରେ ଧାରଣା ପ୍ରତ୍ୟହାର ହୋଇ ତାଲା ଖୋଲା ଯାଇଥିଲା।