Home Breaking News ଜାନୁଆରୀ ଶେଷ ସୁଦ୍ଧା ପିକ୍‌ ନେବ କରୋନା

ଜାନୁଆରୀ ଶେଷ ସୁଦ୍ଧା ପିକ୍‌ ନେବ କରୋନା

by Times One Odia
Share with
     
 
 
   

ଭୁବନେଶ୍ୱର ୧୦।୦୧: ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି । ପ୍ରାୟତଃ ରାଜ୍ୟର ୪ରୁ ୫ ଜିଲ୍ଲା ସଂକ୍ରମଣ ଅଧିକ ରହୁଛି । ଏହି ସବୁ ଜିଲ୍ଲାରେ ମଧ୍ୟ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ଓ ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କରୋନା ସଂକ୍ରମଣକୁ ନେଇ ଆକଳନ କରିଛନ୍ତି । ଜାନୁଆରୀ ୧୫ ସୁଦ୍ଧା ପିକ୍‌ ନେବ କରୋନା ସଂକ୍ରମଣ । ସେହି ଅନୁସାରେ ଆମର ୧୦ରୁ ୧୫ ଦିନ ମଧ୍ୟରେ ପିକ୍‌ ନେବାର ସମ୍ଭାବନା ରହିଛି । ଏହା ଭିତରେ ଆମ ଟେଷ୍ଟ ସର୍ଭିଲାନ୍ସ, ଟିକାକରଣକୁ ବଢାଯାଇଛି । ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି । ସେନେଇ ଲୋକ ଚିନ୍ତା କରିବାର ଆବଶ୍ୟକତା ରହିଛି। ସ୍ଥିତି ଉପରେ ସରକାର ନଜର ରଖିଛିନ୍ତି।  ସେପଟେ ଟେଷ୍ଟିଂ କିଟ୍‌କୁ ନେଇ କଳାବଜାରୀ ବଢ଼ୁଥିବାରୁ ପଦକ୍ଷେପ ନେବା ଜରୁରୀ । ଆଇସିଏମଆର ଦ୍ଵାରା ଅନୁବନ୍ଧିତ କିଟ୍‌ରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି।

related posts

Leave a Comment