Home Breaking News / ତାଜା ଖବର ସାଂସଦ ସପ୍ତଗିରୀ ଉଲୁକା ଙ୍କ କରକମଳରେ ସାପ୍ତାହିକ ହାଟ ଉଦଘାଟିତ

ସାଂସଦ ସପ୍ତଗିରୀ ଉଲୁକା ଙ୍କ କରକମଳରେ ସାପ୍ତାହିକ ହାଟ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ) -ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଗାଡି ସେସଖାଲ ପଂଚାୟତ ଅଧିନସ୍ତ କଲଟିଗୁଡା ରେ ସାପ୍ତାହିକ ହାଟ ଉଦ୍ଘାଟନ ହୋଇଯାଇଛି । ଦୀର୍ଘ ତିନି ବର୍ଷ ହେବ ଏହି ପ୍ରୟାସରେ ସରପଞ୍ଚ ମହୋଦୟ ଲୋକନାଥ କାଂଡଗରୀ ଲାଗିଥିବା ବେଳେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବୁଦ୍ଧିଆ ଖଣ୍ଡରିଆ ସ୍ୱତନ୍ତ୍ର ଅଗ୍ରହରେ ଏହା ସମ୍ଭବ ହେଇ ପାରିଛି ବୋଲି ଉପସ୍ଥିତି ଭଦ୍ର ମଣ୍ଡଳୀ କହିଛନ୍ତି। ନାବାର୍ଡ ଓ ଜେ କେ କାଗଜ କଳ ଏବଂ ପଞ୍ଚାୟତ ରୁ ପ୍ରାୟ ଷାଠିଏ ଲକ୍ଷ ବିନିମୟରେ ଏହି ହାଟ ପ୍ରାଙ୍ଗଣ ଗୋଦାମ ଗୃହ, ଦୋକାନ ପିଣ୍ଡି, ବାଉଣ୍ଡାରୀ ହାଟ ଶେଡ଼ ଗୁଡିକ ନିର୍ମାଣ କରାଯାଇଛି। ଏହାର ଲୋକାର୍ପଣ ପାଇଁ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରୀ ଉଲକା କର କମଳରେ କରାଯାଇଥିଲା। ଏହି ହାଟ ସଠିକ ଭାବରେ ଚାଲିଲେ ଆଖ ପାଖ ଅଂଚଳର ଚାଷୀଙ୍କ ବିକାଶ ପାଇଁ ଏହି ବଜାର ଲାଭଦାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ଭୂଖଣ୍ଡ ଏକ ବିର ମାଟି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ରାମ ଚନ୍ଦ୍ର ଉଲୁକା ଙ୍କ ଧର୍ମ ପତ୍ନୀ ରତ୍ନମଣି ଉଲୁକା ତାଙ୍କ ଅଭିଭାଷଣରେ କହିଥିଲେ । ସାଂସଦ ଶ୍ରୀ ଉଲୁକା କହିଛନ୍ତି କି ଅଗମୀ ପଂଚାୟତ ନିର୍ବାଚନକୁ ଏକ ଭଲ ପ୍ରତିନିଧି ବାଛି ଭୋଟ ଦେବା ପାଇଁ କଗିଥିଲେ। ଏହି ଅଂଚଳର କର୍ମୀ ମାନେ ସଚୋଟ ଅଛନ୍ତି ବୋଲି ପି ସି ସି ସଭ୍ୟ ଜଗନାଥ ପଣ୍ଡା କହିଛନ୍ତି।ଏହି ବଜାର ନିର୍ମାଣ ପାଇଁ ନାବାର୍ଡ ରୁ ଦଶ ଲକ୍ଷ, ଜେ କେ କାଗଜ କଳ ୨୭ ଲକ୍ଷ, ସିଏଫ ସି ଏସ ଏସ ଏଫ ସି ଫଣ୍ଡରୁ ଏବଂ ଏମ ଜି ଏନ ଆର ଜି ଏ ଫଣ୍ଡ ରୁ ସମୁଦାୟ ଏକସ୍ତରୀ ଲକ୍ଷ ବିନିମୟରେ ଏହା ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ପରିବା ଚାଷୀ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକ ର ଉଚିତ ମୂଲ୍ୟ ଚାଷୀଙ୍କୁ ମିଳିବ ବୋଲି ଏସ ସି ସେଲ ର ଜିଲା ସମ୍ପାଦକ ଚିତ ରଞ୍ଜନ ଗାଁଠା କହିଛନ୍ତି। ଆଖ ପାଖ କଂଗ୍ରେସ କର୍ମୀ ମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ସୀମାଞ୍ଚଳ ଉଲୁକା, ଧବଳେଶ୍ବର ନାୟକ, ଗୋବର୍ଦ୍ଧନ ବାବୁ, ନୀଳମାଧଵ ଉଲୁକା, ଏସ ମୋହନ ରାଓ, ଗିରିମାଝୀ ପୁଲାକା, ମନ୍ମଥ ଭାତୃଆ, ରବି କାଂଡଗରୀ, ଚନ୍ଦ୍ରିଆ ହୁଈକା, ସଞ୍ଜୟ କାଂଡଗରୀ, ଗଙ୍ଗା ଟିମକା ପ୍ରମୁଖ ଯୋଗ ଦେଇଥିଲେ।

related posts

Leave a Comment